ଭୁବନେଶ୍ବର: ଭାରତର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ପ୍ରଚାର ପ୍ରସାର କରୁଥିବା କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ଗତ ଶନିବାର ଅପରାହ୍ନ ୫.୦୦ ଘଟିକା ସମୟରେ ଭାରତୀୟ ବିଦ୍ୟା ଭବନ ପରିସରରେ ଆୟୋଜିତ ହୋଇଯାଇଛି କଳିଙ୍ଗ ସାହିତ୍ୟ ମହୋତ୍ସବ-ଶାରଦୀୟ।
ଉକ୍ତ ସାହିତ୍ୟ ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ଓ ବିଶିଷ୍ଟ ସଙ୍ଗୀତ ଗୁରୁ ଶ୍ରୀ ରାମହରି ଦାସ,କାର୍ଯ୍ୟକ୍ରମ ଆରମ୍ଭ ରେ କେ ଏଲ ଏଫ୍ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅଶୋକ କୁମାର ବଳ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ,ପରେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ କେ ଏଲ ଏଫ୍ ସଂସ୍କୃତି ଓ ସାହିତ୍ୟ ପ୍ରଚାର କରିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ଙ୍କ ସହ ବ ଆଲୋଚନା କରିଥିଲେ ପ୍ରଫେସର ଯତୀନ ନାୟକ,ପର ପର୍ଯ୍ୟାୟ ରେ ବିଶିଷ୍ଟ ସଂଗୀତଜ୍ଞ ଶ୍ରୀଯୁକ୍ତ ରାମହରି ଦାସ ଙ୍କ ସହ ଆଲୋଚନା କରିଥିଲେ ବିଶିଷ୍ଟ ଉପସ୍ଥାପକ ଶ୍ରୀଯୁକ୍ତ ବିଜୟ ମଲ୍ଲ ।
କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ କେ ଏଲ ଏଫ୍ ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ପରିଡ଼ା ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀ ବେଦପ୍ରକାଶ ନାୟକ,ଉତ୍ସବ ରେ ସହଯୋଗ କରିଥିଲେ ମାନସୀ ପାଣିଗ୍ରାହୀ, ସନତ କୁମାର।