କଳିଙ୍ଗ ସେନାର ଇସ୍ତାହାର କମିଟି ଗଠିତ

ଭୁବନେଶ୍ବର : କଳିଙ୍ଗ ସେନାର ଇସ୍ତାହାର କମିଟି ଗଠନ କରାଯାଇଛି। ସେନା ସୁପ୍ରିମୋ ହେମନ୍ତ ରଥଙ୍କ ଅନୁମୋଦନକ୍ରମେ ଏହି କମିଟିର ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ପ୍ରକାଶ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିର ସହ ଅଧ୍ୟକ୍ଷ ଭାବେ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାହୁ, ଜଗବନ୍ଧୁ ମହାନ୍ତ, ସବ୍ୟସାଚ୍ଚୀ ମହାପାତ୍ର, ଗୌରାଙ୍ଗ ପ୍ରଧାନ, ବୈକୁଣ୍ଠ ଧଙ୍ଗଡ଼ା ମାଝୀ, ବିଜୟ ରାଜ, ଯଦୁମଣି ମହାନ୍ତ, ବରଦାକାନ୍ତ ମହାନ୍ତି, ଅବଦୁଲ କୟୁମ ଖାନ୍, ନିରଞ୍ଜନ ପରିଡ଼ା, ଅନାମ ଚରଣ ପରିଡ଼ା, ନାରୀସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ମମତା ମହାନ୍ତି, ରେଣୁବାଳା ମହାନ୍ତି, ଅରୁ ଦେଇ, ଅଜୟ ନାୟକ ଓ ଶିବାଶିଷ ଦାଶଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିର ଅନ୍ୟ ସଦସ୍ୟମାନେ ହେଲେ ଦୀପକ ସାହୁ, ବିଶ୍ବଜିତ ଗୋସ୍ବାମୀ, କୃତୀବାସ ସାହୁ, ଅଶୋକ ସାହୁ, କମଳାକାନ୍ତ ସାହୁ ଓ ବାଳକୃଷ୍ଣ ବାଗ। ନିର୍ବାଚନୀ ଇସ୍ତାହାରରେ ଯୁବକ, ମହିଳା, କୃଷକ, ଓଡ଼ିଆ ବ୍ୟବସାୟୀ ଓ ଓଡ଼ିଆ ଜାତିର ପରମ୍ପରା ଓ ସଂସ୍କୃତିକୁ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଶ୍ରୀ ରଥ କହିଛନ୍ତି।

ସମ୍ବନ୍ଧିତ ଖବର