ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ଏସ୍ ସି ଜମିର ନିଜ ହାତପାଣ୍ଠିରୁ ନାଗାଲାଣ୍ଡ ରାଜ୍ୟର ବିିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଅର୍ଥ ଦେଇଛନ୍ତି ବୋଲି ଗତକାଲି ଅଭିଯୋଗ ଆଣିଥିବା କଳିଙ୍ଗ ସେନା ଆଜି ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛି। ଓଡ଼ିଶାର ଗରିବ ଲୋକ ରାଜ୍ୟପାଳଙ୍କ ସହାୟତା ଲୋଡ଼ି ନିରାଶ ହେଉଥିବାବେଳେ ରାଜ୍ୟପାଳ ନାଗାଲାଣ୍ଡବାସୀଙ୍କ ପାଇଁ ବଦାନ୍ୟତା ଦେଖାଉଛନ୍ତି ବୋଲି ଏହି ଏତଲାରେ ଉଲ୍ଲେଖ କରାଯାଇଛି। କଳିଙ୍ଗ ସେନାର ଅଭିଯୋଗ ମୁତାବକ, ୨୦୧୪ ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ରାଜ୍ୟର ୩ ଜଣ ଗରିବ ରକ୍ତ କର୍କଟ ରୋଗୀ ଓ ଜଣେ ହୃଦରୋଗୀ ଚିକିତ୍ସା ପାଇଁ ରାଜ୍ୟପାଳଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଲୋଡ଼ିଥିଲେ। ସେମାନଙ୍କୁ ଟଙ୍କାଟିଏ ମିଳି ନ ଥିଲା। କିନ୍ତୁ ସେହିବର୍ଷ ରାଜ୍ୟପାଳଙ୍କ ନିଜ ରାଜ୍ୟ ନାଗାଲାଣ୍ଡର କେତେକ କ୍ଲବ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ବିଭିନ୍ନ କାର୍ଯ୍ୟ ଲାଗି ଏହି ପାଣ୍ଠିରୁ ଉପକୃତ ହୋଇଛନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ରାଜ୍ୟପାଳ ତୁରନ୍ତ ଇସ୍ତଫା ଦିଅନ୍ତୁ ନ ହେଲେ ରାଷ୍ଟ୍ରପତି ତାଙ୍କୁ ବହିଷ୍କାର କରନ୍ତୁ ବୋଲି କଳିଙ୍ଗ ସେନା ପକ୍ଷରୁ ମୁଖ୍ୟ ହେମନ୍ତ ରଥ, ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ଗୌରାଙ୍ଗ ପ୍ରଧାନ, ଜଗବନ୍ଧୁ ମହାନ୍ତ, ସମ୍ପାଦକ ହୃଷୀକେଷ ସେନାପତି, ସୁଭଦ୍ରା ମିଶ୍ର ପ୍ର୍ରମୁଖ ଦାବି କରିଛନ୍ତି।
ରାଜ୍ୟପାଳଙ୍କ ବିରୋଧରେ ଏତଲା
/sambad/media/post_attachments/wp-content/uploads/2018/02/Dr-SC-jamir-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)