ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ସୋମବାର କଳିଙ୍ଗ ସେନା ଅଭିଯୋଗ ଆଣିଛି। କଳିଙ୍ଗ ସେନା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଅଭିଯୋଗରେ କଳିଙ୍ଗ ସେନା କହିଛି, ଅନୁଭବ ନିର୍ବାଚନ ଆଚରଣ ବିଧି ଉଲଂଘନ କରିଛନ୍ତି। ଅନୁଭବ ମହାନ୍ତି ଚଳଚ୍ଚିତ୍ର ‘ବିଜୁବାବୁ’ରେ ମୁଖ୍ୟ ଭୂମିକା ତୁଲାଇଛନ୍ତି। ଏହା ଭୋଟରମାନଙ୍କ ଉପରେ ପ୍ରଭାବ ପକାଉଛି। କଳିଙ୍ଗ ସେନା ‘ବିଜୁବାବୁ’ ଚଳଚ୍ଚିତ୍ରର ପ୍ରଦର୍ଶନ ବନ୍ଦ ଦାବି କରିଛି ।
ଅନୁଭବ ମହାନ୍ତିଙ୍କ ନାଁରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେଲା କଳିଙ୍ଗ ସେନା
/sambad/media/post_attachments/wp-content/uploads/2019/04/Anubhav-Mohanty.jpg)