୧୦ରେ ‘କଳିଙ୍ଗ’ ଶିଶୁ ମହୋତ୍ସବ

ଭୁବନେଶ୍ବର : ଚଳିତ ମାସ ୧୦ ତ‌ାରିଖରେ ୨୪ତମ ‘କଳିଙ୍ଗ’ ଶିଶୁ ମ‌ହୋତ୍ସବ ୟୁନିଟ୍‌-୯ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହେବ। ଉତ୍ସବ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଏ ସଂପର୍କରେ ଶିଶୁ ମହୋତ୍ସବର ସମ୍ପାଦିକା ରେଣୁକା ମିଶ୍ର ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ସଂଗୀତ, ଓଡ଼ିଶୀ, ପାରମ୍ପରିକ ଓ ଆଧୁନିକ ନୃତ୍ୟ, ବକ୍ତୃତା, ସାଧାରଣ ଜ୍ଞାନ ଏବଂ କୌତୁକିଆ ପୋଷାକ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ। ନର୍ସରିଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ। ପ୍ରତିଯୋଗିତା ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତା ୫ରୁ ଶିଶୁ ମହୋତ୍ସବ କାର୍ଯ୍ୟାଳୟ ୧୦/ଏ, ଷ୍ଟେସନ୍‌ ସ୍କୋୟାର୍‌, ମାଷ୍ଟରକ୍ୟାଣ୍ଟିନ, ଖାରବେଳନଗରଠାରେ ପଞ୍ଜୀକରଣ କରିପାରିବେ କିମ୍ବା ପ୍ରତିଯୋଗିତାର ଏକ ଘଣ୍ଟା ପୂର୍ବରୁ ପଞ୍ଜୀକରଣ କରିପାରିବେ। ଅଧିକ ସୂଚନା ପାଇଁ ଫୋନ୍‌ ନମ୍ବର ୦୬୭୪ ୩୫୬୦୫୪୨, ୯୯୩୭୪୫୨୨୦୯, ୭୯୭୮୬୩୧୯୨୦ରେ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର