ଦାନଗଦୀ: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ପୁଣି ଅଶାନ୍ତ ହୋଇଛି। ବିସ୍ଥାପିତ ଜମିହରା କ୍ଷତିଗ୍ରସ୍ତ ବିଚାର ମଞ୍ଚ ପକ୍ଷରୁ ଆଜି ଟାଟା ଷ୍ଟିଲ ଓ ନୀଳାଚଳ କାରଖାନାର ସମସ୍ତ ଫାଟକକୁ ବନ୍ଦ କରିଦିଆଯାଇଛି। ସୂଚନା ଅନୁସାରେ, ଆଜି ସକାଳୁ ଶତାଧିକ ବିସ୍ଥାପିତ ପରିବାର ଟାଟା ଓ ନୀଳାଚଳରେ ଥିବା ସମସ୍ତ ୮ ଫାଟକକୁ ବନ୍ଦ କରିଦେଇଥିଲେ। ୩୪ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ଏହି ଆନ୍ଦୋଳନରେ ରବୀନ୍ଦ୍ର ଜାରିକା, ବାବୁଲି ହାଇବୁରୁ, ସିନି ସଏ, ସ୍ବର୍ଣ୍ଣଲତା ବାନାରା, ଚକ୍ରଧର ଆଲଦା, ସୁଧାଂଶୁ ଶେଖର ସାହୁ, ବାବୁଲି ପୂର୍ତ୍ତି, ନଟି ଅଙ୍ଗରାଇ, ହିନ୍ଦୁ ଜାମୁଡ଼ା, ଗୀତାଞ୍ଜଳି ମହାନ୍ତଙ୍କ ନେତୃତ୍ବରେ ବିସ୍ଥାପିତ ଲୋକମାନେ କାରଖାନା ଫାଟକ ଆଗରେ ବସି ରହିଛନ୍ତି।

Advertisment

ବିସ୍ଥାପିତ ଜମିହରା କ୍ଷତିଗ୍ରସ୍ତ ବିଚାର ମଞ୍ଚର ଅଭିଯୋଗ ଅନୁସାରେ, ଶିଳ୍ପ ପାଇଁ ଜମି ଦେଇଥିବା ବିସ୍ଥାପିତ ପରିବାର ଏବେ ରାଜରାସ୍ତାରେ। ବିସ୍ଥାପିତ ପରିବାରର ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦାବିରେ ଗତ ଫେବ୍ରୁଆରି ୯ ତାରିଖରୁ ନୀଳାଚଳ କାରଖାନା ଆଗରେ ଧାରଣା ଦିଆଯାଇଥିଲେ ବି କେହି ସେମାନଙ୍କ କଥା ଶୁଣୁନାହାନ୍ତି। ସେହିପରି ଟାଟାଷ୍ଟିଲ୍‌ କାରଖାନା ସାମ୍‌ନାରେ ଗତ ମାର୍ଚ୍ଚ ୧୨ ତାରିଖରୁ ବିସ୍ଥାପିତ ପରିବାର ପକ୍ଷରୁ ଧାରଣା ଦିଆଯାଇଛିl ଏଠାରେ ମଧ୍ୟ ସେମାନଙ୍କ ଦୁଃଖ ଶୁଣିବାକୁ କେହି ଆଗେଇ ଆସିନାହାନ୍ତି।