ପୁରୀ : ଦୀପାବଳିକୁ ସ୍ବାଗତ ଜଣାଇ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରବିବାର ଦିନ ପୁରୀ ବେଳାଭୂମିରେ ମା’ କାଳୀଙ୍କ ନିଆରା ବାଲୁକା କଳା ତିଆରି କରିଛନ୍ତି। ଯେଉଁଥିରେ ସେ ଦୀପ ସହ ବାଲିକୁ ବ୍ୟବହାର କରିଥିବା କହିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ବାଲୁକାକଳାରେ ସେ ୪ହଜାର ୪୫ଟି ଦୀପ ବ୍ୟବହାର କରିଛନ୍ତି। ବାଲୁକାକଳା ଜରିଆରେ ସେ ସମାଜରୁ ସମସ୍ତ ନକରାତ୍ମକ ତତ୍ତ୍ବକୁ ନଷ୍ଟ କରିଦେବାକୁ ମା’ କାଳୀଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି।