ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରେ ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଆଜି ରାତି ପ୍ରାୟ ୧୦ଟା ସମୟରେ ବାଘଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଛି। ଖବର ପାଇ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅଧୀନସ୍ଥ ବାଣିଗୋଛା (ପଶ୍ଚିମ) ବନାଞ୍ଚଳ ଅଧିକାରୀ ସଂସାର ବର୍ଗିଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘଟଣାସ୍ଥଳରେ ଥିବାବେଳେ ବନଖଣ୍ତ ଅଧିକାରୀ ପହଞ୍ଚିବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର