ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହର ନିକଟ ଝାରଦେବନ୍ଦ ଜଙ୍ଗଲରେ ଥିବା ଏକ ନାଳରୁ ଖଣ୍ଡ ଖଣ୍ଡ ଛାଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାହା କଲରାପତରିଆ ବାଘର ଛାଲ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଟିଟିଲାଗଡ଼ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଛାଲ ଖଣ୍ଡ ସବୁକୁ ଜବତ କରିଛି। ଜବତ ଛାଲର ପରୀକ୍ଷା କରିବା ପରେ ପ୍ରକୃତରେ ତାହା କେଉଁ ପ୍ରାଣୀର ଛାଲ ଜଣାପଡ଼ିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି।