ଭୁବନେଶ୍ୱର: ଟ୍ରେନ୍ରେ ଯାତ୍ରୀଙ୍କୁ ଅଧିକ ସୁବିଧା ଦେବା ତଥା ସ୍ଥାନୀୟ ଅଂଚଳର ଯାତ୍ରୀମାନଙ୍କର ସହଜ ଯାତ୍ରାକୁ ଦୃଷ୍ଟିରେ ରେଳବାଇ ପକ୍ଷରୁ ଓଡ଼ିଶାର ୭ଟି ରେଳ ଷ୍ଟେସନରେ କିଛି ଟ୍ରେନ୍ର ଷ୍ଟପେଜ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର କାଲୁପଡ଼ାଘାଟ, ଭଦ୍ରକ ଜିଲ୍ଲାର କେନ୍ଦୁଆପଦା, କଟକ ଜିଲ୍ଲାର ନରାଜ ମାର୍ଥାପୁର, ଅନୁଗୁଳ ଜିଲ୍ଲାର ବାମୁର, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ବାଲେଶ୍ୱର ଜିଲ୍ଲାର ସୋର, ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ ଷ୍ଟେସନରେ ଆଗାମୀ ଦିନରେ ବର୍ତ୍ତମାନ ତୁଳନାରେ ଅଧିକ ଟ୍ରେନ୍ ଅଟକିବ।
Sambad is now on WhatsApp
Join and get latest news updates delivered to you via WhatsApp
ରେଳବାଇ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏହି ରେଳ ଷ୍ଟେସନ ଗୁଡ଼ିକରେ ୬ ମାସ ପାଇଁ ପରୀକ୍ଷା ମୂଳକ ଭାବରେ କିଛି ଟ୍ରେନ୍ ପାଇଁ ଷ୍ଟପେଜ କରାଯାଇଛି। ସେହିପର ପୂର୍ବତଟ ରେଳପଥ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶର ବୋବଲି ଷ୍ଟେସନକୁ ମଧ୍ୟ କିଛି ଟ୍ରେନ୍ ପାଇଁ ଷ୍ଟପେଜ କରାଯାଇଛି।
ଏହି ଟ୍ରେନ୍ ଗୁଡ଼ିକ ନିମ୍ନ ଲିଖିତ ଷ୍ଟେସନରେ ଅଟକିବ
୧୨୮୯୩/୧୨୮୯୪: ୨୦୧୯ ମାର୍ଚ୍ଚ ୯ରୁ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ବାମୁର ଷ୍ଟେସନରେ ଅଟକିବ।
୨୨୮୩୯/୨୨୮୪୦: ୨୦୧୯ ମାର୍ଚ୍ଚ ୯ରୁ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍ ନରାଜ ମାର୍ଥାପୁର ଷ୍ଟେସନରେ ଅଟକିବ।
୨୨୮୩୧/୨୨୮୪୦: ୨୦୧୯ ମାର୍ଚ୍ଚ ୧୫ରୁ ହାଓ୍ଵଡା-ସତ୍ୟସାଈ ପ୍ରଶାନ୍ତି ଏକ୍ସପ୍ରେସ୍ କାଲୁପଡ଼ାଘାଟ ଷ୍ଟେସନରେ ଅଟକିବ।
୧୮୬୪୫/୧୮୬୪୬: ୨୦୧୯ ମାର୍ଚ୍ଚ ୮ରୁ ହାଓ୍ଵଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ କେନ୍ଦୁଆପଡ଼ା ଷ୍ଟେସନରେ ଅଟକିବ।
୨୨୯୩୭/୨୨୯୩୮: ୨୦୧୯ ମାର୍ଚ୍ଚ ୯ରୁ ପୁରୀ-ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ ବୋବଲି ଷ୍ଟେସନରେ ଅଟକିବ।
୧୨୮୭୧/୧୨୮୭୨: ୨୦୧୯ ମାର୍ଚ୍ଚ ୯ରୁ ହାଓ୍ଵଡା-ଟିଟିଲାଗଡ଼-ହାଓ୍ଵଡା ଇସ୍ପାତ ଏକ୍ସପ୍ରେସ ଡୁଙ୍ଗୁରିପାଲି ଷ୍ଟେସନରେ ଅଟକିବ।
୧୨୮୭୫/୧୨୮୭୬: ୨୦୧୯ ମାର୍ଚ୍ଚ ୯ରୁ ପୁରୀ-ଆନନ୍ଦବିହାର ଟର୍ମିନସ ନୀଳାଚଳ ଏକ୍ସପ୍ରେସ ସୋର ଷ୍ଟେସନରେ ଅଟକିବ।
୧୨୮୭୯/୧୨୮୮୦: ୨୦୧୯ ମାର୍ଚ୍ଚ ୧୩ରୁ ଲୋକମାନ୍ୟ ତିଲକ ଟର୍ମିନସ-ଭୁବନେଶ୍ୱର ଏକ୍ସପ୍ରେସ ବେଲପାହାଡ ଷ୍ଟେସନରେ ଅଟକିବ।
ରେଳବାଇର ନିଷ୍ପତ୍ତି ଅନୁସାରେ ୧୮୧୧୭/୧୮୧୧୮ ରାଉରକେଲା-ଗୁଣପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନ ରାଉରକେଲାରୁ ୨୦୧୯ ମାର୍ଚ୍ଚ ୧୪ରୁ ଶନିବାର ବ୍ୟତୀତ ପ୍ରତିଦିନ ଚାଲିବ। ସେହିପରି ଏହି ଟ୍ରେନ ବିପରୀତ ଦିଗର ରବିବାର ବ୍ୟତୀତ ପ୍ରତିଦିନ ଚାଲିବ।
୨୨୬୦୬/୨୨୬୦୫ ଭିଲ୍ଲପୁରମ-ପୁରୁଲିଆ-ଭିଲୁପୁରମ ଏକ୍ସପ୍ରେସ୍ ୨୦୧୯ ଜୁଲାଇ ୩ରୁ ଭିଲୁପୁରମରୁ ଓ ଜୁଲାଇ ୫ରୁ ପୁରୁଲିଆରୁ ସପ୍ତାହରେ ୨ ଦିନ ଚାଲିବ।