କାମାକ୍ଷାନଗର: ସରକାର ଡାକ୍ତରଖାନାର ସ୍ୱଚ୍ଛତା ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବରେ ତାହା କିପରି ଖର୍ଚ୍ଚ ହେଉଛି ଏହାକୁ ଦେଖିଲେ ଅନୁମାନ କରାଯାଏ। ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା ଉପରେ ଉପଖଣ୍ଡର ୪ଟି ବ୍ଲକ ସହିତ କେନ୍ଦୁଝର ଜିଲ୍ଲାର ତେଲକୋଈ ବ୍ଲକର ଲୋକମାନେ ଏହା ଉପରେ ନିର୍ଭର କରନ୍ତି । କରୋନା ମହାମାରୀ ସମୟରେ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ଡାକ୍ତରଖାନାରେ ସ୍ବଚ୍ଛତା ପ୍ରତି ଗୁରୁତ୍ବ ଦିଆଯାଉନାହିଁ। ରୋଗୀ ରହୁଥିବା ୱାର୍ଡ ଭିତରେ ରୋଗୀଙ୍କଠାରେ ବ୍ୟବହାର କରାଯାଇଥିବା ସାଲାଇନ ବୋତଲ, ଇଂଜେକସନ ଓ ଅନ୍ୟାନ୍ୟ ଜିନିଷ ସେହି ରୁମ୍ ଭିତରେ ଏଣେ ତେଣେ ପଡ଼ିଥିଲେ ମଧ୍ୟ ତାକୁ ସଫା କରାଯାଉନାହିଁ ।
/sambad/media/post_attachments/wp-content/uploads/2020/11/t-114.jpg)
ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ରହୁଛନ୍ତି, ଯାହାକୁ ଯେତେ ଅଭିଯୋଗ କଲେ ବି ଫଳ ଶୁନ। ଜଣେ ରୋଗୀ ଏଠାକୁ ଆସି ଭଲ ହେଲେ ଘରକୁ ଯିବା ପରେ ତାଙ୍କ ପାଇଁ ବ୍ୟବହାର ହୋଇଥିବା ଜିନିଷ ସେମିତି ଦିନେ ଦୁଇ ଦିନ ପଡ଼ି ରହୁଛି। ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଡାକ୍ତର ରତ୍ନାକର ସାମଲଙ୍କ କହିବା ମୁତାବକ, ସେ ଦେଖିଛନ୍ତି ଆଉ ତୁରନ୍ତ ସଫେଇ ମଧ୍ୟ କରାଯାଉଛି । ଏଠି ପ୍ରଶ୍ନ ଉଠୁଛି ଯେ, ଡାକ୍ତରଖାନାର ସ୍ୱଚ୍ଛତା କାହିଁକି ରହୁନାହିଁ। ଦାୟିତ୍ୱରେ ଥିବା କର୍ମଚାରୀମାନେ ସରକାରଙ୍କଠାରୁ ଦରମା ନେଉଥିବା ବେଳେ ନିଜର କାର୍ଯ୍ୟ ସମ୍ପାଦନ କାହିଁକି କରୁନାହାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-113.jpg)