ରାୟଗଡ଼ା: ରାୟଗଡ଼ାନିବାସୀ ସ୍ବର୍ଗତ ରାମଚନ୍ଦ୍ର ଦାଶ ଓ ମଞ୍ଜୁଳା ଦାଶଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଫେସର କାମାକ୍ଷୀ ପ୍ରସାଦ ଦାଶଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ 'ଅଙ୍ଗବସ୍ତ୍ର' ସମ୍ମାନରେ ସମ୍ମାନିତ କରିଛନ୍ତି। ଅଧୁନା ପ୍ରଫେସର ଦାଶ କୋରାପୁଟ ସ୍ଥିତ ସରକାରୀ ମହାବିଦ୍ୟାଳୟରେ ଇତିହାସ ବିଭାଗୀୟ ମୁଖ୍ୟ ଭାବରେ ଓ ଜାତୀୟ ଦୃଷ୍ଟି ବାଧିତ ସଂଘ ଓଡ଼ିଶା ଶାଖାର ଅବୈତନିକ ସମେତ ଶିକ୍ଷା ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ।ପ୍ରକାଶ ଥାଉ କି ରାୟଗଡ଼ାନିବାସୀ ସ୍ବର୍ଗତ ରାମଚନ୍ଦ୍ର ଦାଶ ଓ ମଞ୍ଜୁଳା ଦାଶଙ୍କ ଜ୍ୟେଷ୍ଠ ପୁତ୍ର।ପ୍ରଫେସର ଦାଶ ତାଙ୍କର ଶିକ୍ଷା ଓ ସଚେତନତା କ୍ଷେତ୍ରରେ ଅବଦାନ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି।ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ତଥା ପ୍ରତିଯୋଗିତା ମୂଳକ ପରୀକ୍ଷାର୍ଥିମାନଙ୍କ ପାଇଁ ପ୍ରଫେସର ଦାଶ ଗତ କୋଭ଼ିଡ ପରିସ୍ଥିତିରେ ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ ଓ ରେଡିଓ ମାଧ୍ୟମରେ ଶିକ୍ଷା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଛାତ୍ରଛାତ୍ରୀମାନଙ୍କ ହୃଦୟ ଜୟ କରିପାରିଥିଲେ।
ୟୁଟ୍ୟୁବ ଚାନେଲରେ ଲେଟସ୍ ନୋ ହିସଟୋରୀ ମାଧ୍ୟମରେ ତାଙ୍କର ଦେୟମୁକ୍ତ ଶିକ୍ଷା କାର୍ଯ୍ୟକ୍ରମ ଓ ବ୍ୟକ୍ତିତ୍ଵ ନିର୍ମାଣ ପାଇଁ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆଇଆଇଇସି ଦ୍ୱାରା ପୃଷ୍ଠପୋଷକତା ଲାଭ କରି ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇଅଛି।ଛାତ୍ରୀଛାତ୍ରବତ୍ସଳ ପ୍ରଫେସର ଦାଶ ତାଙ୍କର ଜୀବନ ବ୍ୟାପୀ ସାଧନା ପାଇଁ ୧୯୯୯ ମସିହାରେ ରାଜ୍ୟ ରେଡକ୍ରସ ପୁରସ୍କାର, ୨୦୧୬ ରେ ଅଞ୍ଜଳି ସାହସିକ ପୁରସ୍କାର,୨୦୨୦ରେ ସୁରଭି ଗୌରବ ସମ୍ମାନ, ୨୦୨୩ ଅନଲାଇନ୍ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପାଇଁ ଆଇଆଇଇସି ଦ୍ୱାରା ପ୍ରଶଂସା ପତ୍ର ପ୍ରାପ୍ତ କରିଛନ୍ତି।ଏହାଛଡ଼ା ଓଡ଼ିଶା ତଥା ଭାରତର ବିଭିନ୍ନ ଅନୁଷ୍ଠାନରୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ପ୍ରମାଣ ପତ୍ର ପ୍ରାପ୍ତ କରିଛନ୍ତି। ଦୃଷ୍ଟିହୀନତା ତାଙ୍କର ଚଲାପଥରେ ଅନ୍ତରାୟ ସୃଷ୍ଟି କରିନି କେବେ। ଦୃଢ଼ ମନୋବଳକୁ ପାଥେୟ କରି ସେ ଓଡ଼ିଆ ସାହିତ୍ୟ, ଦର୍ଶନ, ଗୀତାତତ୍ତ୍ଵ, ଇଂରାଜୀ କବିତା ପ୍ରଭୃତି ବିଷୟରେ ପ୍ରାୟ ୨୨ରୁ ଅଧିକ ପୁସ୍ତକ ରଚନା କରି ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି।ଗୀତାତତ୍ତ୍ଵ ଆଲୋଚନା ଓ ଗୀତା ଶ୍ଲୋକ ଆବୃତ୍ତି ତାଙ୍କ ବ୍ୟକ୍ତିତ୍ଵର ଅନ୍ୟତମ ପରିଚୟ।ଆଦିବାସୀ ଅଧ୍ୟୁଷିତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଦ ଛାଡ଼ ଆନ୍ଦୋଳନକୁ ନେତୃତ୍ୱ ପ୍ରଦାନ କରି ସେ ପ୍ରଶଂସିତ।ବାସ୍ତବିକ ଏ ମାଟି ସେ ଭଳି ଏକ ବ୍ୟକ୍ତିତ୍ଵର ସାନ୍ନିଧ୍ୟ ଲାଭ କରି ଧନ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Rgda-Angabastra-award-1.jpg)