କାମାକ୍ଷାନଗର: ବାଣଫୁଟାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

କାମାକ୍ଷାନଗର: ହାତୀ ଘଉଡ଼ାଇବା ପାଇଁ ଜଙ୍ଗଲ ବିଭାଗ ଗ୍ରାମବାସୀମାନଙ୍କୁ ଦେଇଥିବା ବାଣ ଫୁଟାଇବାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ହୋଇଥିବାର ଖବର ମିଳିଛି l ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ସୁନାଝରି ଗ୍ରାମରେl

ସୁନାଝରି ଗ୍ରାମଟି ଜଙ୍ଗଲ ମଧ୍ୟରେ ଥିବାରୁ ବନ ବିଭାଗ ତରଫରୁ ହାତୀ ଘଉଡ଼ାଇବା ପାଇଁ ସ୍ଥାନୀୟ ଗ୍ରାମବାସୀମାନଙ୍କୁ କିଛି ବାଣ ଦିଆଯାଇଥିଲା l ଗ୍ରାମର ଗୋଟିଏ ଗୋଷ୍ଠୀର କିଛି ଲୋକ ଗତକାଲି ରାତିରେ ଗ୍ରାମ ମଧ୍ୟରେ ଥିବା ଏକ ଚାନ୍ଦିନୀରେ କିଛି ବାଣ ଫୁଟାଇଥିଲେl ଏହାକୁ ନେଇ ଅନ୍ୟ ଗୋଷ୍ଠୀର କିଛି ଲୋକଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା l

ଏହାକୁ ନେଇ ନେପାଳ ପଧାନ, ବିନତି ପଧାନ, କୃଷ୍ଣ ପଧାନ, ଭକ୍ତ ପଧାନ ଓ କୁନି ପଧାନ ପ୍ରମୁଖ ଅପର ଗୋଷ୍ଠୀର ମୂଷା ପଧାନ, ଲକ୍ଷ୍ମୀଧର ପଧାନ ଓ ଅମ୍ବୁଜ ପଧାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ l ଫଳରେ ଆକ୍ରମଣର ଶିକାର ହୋଇଥିବା ଆହତ ଲୋକମାନଙ୍କୁ ବିଳମ୍ବିତ ରାତିରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା l କାମାକ୍ଷାନଗର ପୁଲିସ ମେଡିକାଲରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ଏହି ମାମଲାରେ କାହାରିକୁ ଗିରଫ କରାଯାଇନାହିଁ।

 

ସମ୍ବନ୍ଧିତ ଖବର