କାମକ୍ଷାନଗର: ଟ୍ରାଙ୍କ୍ୟୁଲାଇଜର୍‌ ମାରି ଅସୁସ୍ଥ ଦନ୍ତାକୁ ଚିକିତ୍ସା କଲା ବନବିଭାଗ

କାମାକ୍ଷାନଗର/କଙ୍କଡ଼ାହାଡ଼: ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ି ରେଞ୍ଜ୍‌ ଅନ୍ତର୍ଗତ ଗଡ଼ପଳାଶୁଣି ପଞ୍ଚାୟତର ବଡ଼ସାହି ଜଙ୍ଗଲରେ ବନ ବିଭାଗ ତରଫରୁ ଟ୍ରାଙ୍କ୍ୟୁଲାଇଜର୍‌ ମରାଯାଇ ଗୋଟାଏ ଅସୁସ୍ଥ ଦନ୍ତାହାତୀକୁ ଚିକିତ୍ସା କରାଯାଇଛି।

ଗତ ୧୦ ଦିନ ତଳୁ ଦନ୍ତାହାତୀଟି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ରେଞ୍ଜ୍‌ ବିମଳା ଅଞ୍ଚଳରୁ ଏଠାକୁ ଚାଲି ଆସିଥିଲା। ହାତୀର ବାମ ଗୋଡ଼ରେ କ୍ଷତ ହୋଇଛି। ଓୟୁଓଟି ପ୍ରଫେସର୍‌ ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ଟିମ୍‌ ଅସୁସ୍ଥ ହାତୀକୁ ଟ୍ରାଙ୍କ୍ୟୁଲାଇଜର୍‌ ମାରି ଅଚେତ କରିବାପରେ ଡାକ୍ତର ସତ୍ୟବିକ୍ରମ ତରାଇ, ପ୍ରୀତିଶ ରଥ ଓ ବରୁଣ ରହି ଚିକିତ୍ସା କରିଥିଲେ।

ବନ ବିଭାଗ ଅସୁସ୍ଥ ହାତୀଟିର ଗତିବିଧି ଉପରେ ଦୃଷ୍ଟି ରଖିଛି।

ସମ୍ବନ୍ଧିତ ଖବର