କାମାକ୍ଷାନଗର: ଆଲୁଅଝରଣରେ ବାଇକ୍‌ ଦୁର୍ଘଟଣା; ୨ ମୃତ ଜଣେ ଆହତ

କାମାକ୍ଷାନଗର: ରବିବାର ଦିବା ସାଢ଼େ ଏଗାରଟା ସମୟରେ ସ୍ଥାନୀୟ ଆଲୁଅଝରଣସ୍ଥିତ ପଞ୍ଚସଖା ରାଇସ୍‌ ମିଲ୍‌ ନିକଟରେ ଗୋଟାଏ ମୋଟର ସାଇକେଲ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିମାନେ ହେଲେ କାମାକ୍ଷାନଗର ଆଳତୁମ ଗ୍ରାମର ବିକାଶ ପାତ୍ରଙ୍କ ୨୫ ବର୍ଷିୟ ପୁତ୍ର ଭୁଲୁ ପାତ୍ର, ପ୍ରବାସୀ ପାତ୍ରଙ୍କ ୨୮ ବର୍ଷିୟ ପୁତ୍ର ଟୁଟୁ ପାତ୍ର। ସାଙ୍ଘାତିକ ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ କ୍ଷେତ୍ରବାସୀ ବେହେରାଙ୍କ ପୁତ୍ର ୩୦ ବର୍ଷିୟ କହ୍ନେଇ ବେହେରା। ଚିକିତ୍ସା ପାଇଁ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୋଟର ସାଇକେଲ୍‌ଟି କାମାକ୍ଷାନଗର ପଟୁ ଢେଙ୍କାନାଳ ଆଡ଼କୁ ଯାଉଥିଲା।

ସମ୍ବନ୍ଧିତ ଖବର