ଚେନ୍ନାଇରେ ମୁଖ୍ୟମନ୍ତ୍ରୀ-କମଲ ହାସନ ଭେଟାେଭଟି : ନବୀନଙ୍କଠାରୁ ପରାମର୍ଶ ନେଇଛି: କମଲ

ଭୁବନେଶ୍ୱର : ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚେନ୍ନାଇ ଗସ୍ତ ବେଳେ ବିଶିଷ୍ଟ ଚଳଚ୍ଚିତ୍ର ତାରକା ତଥା ରାଜନେତା କମଲ ହାସନ ତାଙ୍କୁ ଭେଟିଛନ୍ତି।

କମଲ ହାସଲ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କଠାରୁ ପରାମର୍ଶ ନେଇଛନ୍ତି। ସେ କହିଥିଲେ, ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଅନେକ ଭଲ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ସେ ଜଣେ ଦକ୍ଷ ରାଜନେତା । ତେଣୁ ତାଙ୍କୁ ଭେଟି ତାଙ୍କ ଠାରୁ କିଛି ପରାମର୍ଶ ନେଇଛି । କମଲ ହାସନ କହିଥିଲେ, ରାଜନୀତିକୁ ଆସିବା ବେଳେ ନବୀନଙ୍କୁ େସ ଅନେକ ସମାଲୋଚନା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ଅନ୍ୟମାନଙ୍କ ଠାରୁ ବେଶ ପରିପକ୍ୱତାର ପରିଚୟ ଦେଇଛନ୍ତି ।

କମଲ ହାସନ, ଜଣେ ଉଚ୍ଚକୋଟୀର କଳାକାର ବୋଲି ନବୀନ ତାଙ୍କୁ ପ୍ରଶଂସା କରିଥିଲେ । ନିକଟରେ ରାଜନୀତିକୁ ଆସିଛନ୍ତି ତାମିଲ ଫିଲ୍ମ ଜଗତର ଏହି ଲୋକପ୍ରିୟ କଳାକାର। ମକ୍କଲ ନିଧି ମୟମ ନାଁରେ ଏକ ନୂଆ ରାଜନୈତିକ ଦଳ ମଧ୍ୟ ସେ ଗଢିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ଦଳ ତାମିଲନାଡୁରେ ଲଢିବ ବୋଲି କମଲ ହାସନ ସୂଚନା ଦେଇସାରିଛନ୍ତି । ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଘଟଣାକୁ ରାଜନୈତିକ ମହଲରେ ଅେନକ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର