କଟକ: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି। ସେ ସୁସ୍ଥ ଅନୁଭବ କରିବା ପରେ ଆଜି ତାଙ୍କୁ କଟକ ବଡ଼ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମେଡିକାଲରୁ ଡିସ୍ଚାର୍ଜ ହେବା ପରେ ତାଙ୍କୁ ତାଙ୍କ ପରିବାର ଲୋକେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଜୟପୁର ନେଇକି ଯାଇଛନ୍ତି।
ସୂଚନାଯୋଗ୍ୟ, କମଳା ପୂଜାରୀ କିଡ୍ନି ଜନିତ ରୋଗରେ ପୀଡିତ ଥିଲେ। ତେଣୁ ତାଙ୍କୁ ଗତ ୨୫ ତାରିଖରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ଜୟପୁରରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ କଟକ ଏସସିବି ମେଡିକାଲକୁ ଅଣାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଏକ ଚାରି ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିଲା, ଯେଉଁଥିରେ ମେଡିସିନ,ପଲ୍ୟୁମନାରି ମେଡିସିନ ଓ ନେଫ୍ରୋଲୋଜି ବିଭାଗର ପ୍ରମୁଖ ଡାକ୍ତର ରହିଥିଲେ। ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟ ସବୁ ଆସିଛି। ରିପୋଟ ନର୍ମାଲ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଏହା ସହ ପଦ୍ମଶ୍ରୀ କମଳା ମା’ଙ୍କୁ ଆଜି ଡିସଚାର୍ଜ ଦିଆଯାଇଛି ବୋଲି କଟକ ବଡ଼ମେଡ଼ିକାଲର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/kamala-pujari-1.jpg)