ଅହିଂସା ରଥ ଶୋଭାଯାତ୍ରାରେ ସାମିଲ ‌ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଓ ବୈପାରୀଗୁଡା ବ୍ଲକରୁ ଆସିଥିବା ଅହିଂସା ରଥକୁ ଜୟପୁର ବ୍ଲକ ପକ୍ଷରୁ ଡଙ୍ଗରଚିଂଛି ପଂଚାୟତ ପକ୍ଷରୁ ପାତ୍ରପୁଟ ଠାରେ ଗୁରୁବାର ସ୍ବାଗତ କରାଯାଇଥିଲା। ପାତ୍ରପୁଟ ହାଇସ୍କୁଲ ସହ ବ୍ଲକର ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ, ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଆଦି ଏଥିରେ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଦୀର୍ଘ ଦିନ ଧରି ଅସୁସ୍ଥ ରହି ସୁସ୍ଥ ହୋଇଥିବା ପଦ୍ମଶ୍ରୀ କମଳା ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ତାଙ୍କୁ ପ୍ରଶାସନ ପକ୍ଷରୁ ଉପଢ଼ୈକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ପୂଜାରୀ, ଜିଲ୍ଲାପରିଷଦ ସଭ୍ୟ ତପତି ପଟ୍ଟନାୟକ, ଆସ୍ଥା ନାୟକ, ରଶ୍ମି ରଥ, ଏବିଡିଓ ମନୋଜ ନାୟକ, ସହକାରୀ ଯନ୍ତ୍ରୀ ବିଶ୍ବରଂଜନ ପାତ୍ର , ଡଙ୍ଗରଚିଂଛି ପଂଚାୟତର ସରପଂଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଆଦି ଭାଗ ନେଇଥିଲେ। ଛାତ୍ରଛାତ୍ରୀ ଓ ଉପସ୍ଥିତ ଗ୍ରାମବାସୀମାନେ ଭାରତମାତା, ମହାତ୍ମାଗାନ୍ଦୀ ଆଦିଙ୍କ ନାରା ଦେଇ ଶୋଭାଯାତ୍ରାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର