୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶଙ୍କ ଦ୍ୱିତୀୟ ପତ୍ନୀ : ଅନୁମତି ଦେଲେ ନ୍ୟାୟାଳୟ

ଭୁବନେଶ୍ବର: ୫ ଦିନିଆ ରିମାଣ୍ଡରେ ଯିବେ  ନକଲି ଡାକ୍ତରଙ୍କ  ଦ୍ୱିତୀୟ ପତ୍ନୀ କମଳା। ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କୁ  ରିମାଣ୍ଡ ପାଇଁ ପୁଲିସ ୭ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଏସଡିଜିଏମ କୋର୍ଟ ଅନୁମତି ଦେଇଥିବା ଜଣାଯାଇଛି। ସେପଟେ ରମେଶଙ୍କୁ ପୁଣି ରିମାଣ୍ଡରେ ଆଣିବା ପାଇଁ ମିଳିଲାନି କୋର୍ଟ ଅନୁମତି ଦେଇଛନ୍ତି।

ନକଲି ଡାକ୍ତର ରମେଶଙ୍କର ଦ୍ୱିତୀୟ ପତ୍ନୀ କମଳାଙ୍କ ଦେହ ଖରାପ ଅଛି। ୫ଦିନିଆ ରିମାଣ୍ଡ ଲାଗି ଅନୁମତି ମିଳିବା ପରେ ବି ପୁଲିସ ଏବେ ଆଣିବ ନାହିଁ। ଦେହ ଭଲ ହେବା ପରେ ରିମାଣ୍ଡରେ ଆଣିବ।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୨ ମସିହାରେ କମଳା କାର୍ଡିଓଲୋଜି ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିଲେ। ସେହି ସମୟରେ ସେଠାରେ ରମେଶ ସହ ତାଙ୍କର ଭେଟ ହୋଇଥିଲା। ରମେଶ ତାଙ୍କୁ ପାଲରେ ପକାଇଥିଲା।

କମଳା ପାରାଦ୍ବୀପସ୍ଥିତ ଇଫ୍‌କୋରେ ଡାକ୍ତର ଥିବା ଜାଣିବା ପରେ ତାଙ୍କୁ ବିବାହ ପାଇଁ ଯୋଜନା କରିଥିଲା। ଆଉ ସଫଳ ବି ହୋଇଥିଲା। ଭେଟ ହେବାର ୩ମାସ ମଧ୍ୟରେ ତାଙ୍କୁ ବାହା ହୋଇଥିଲା। ଏହାପରେ ଉଭୟ ସେଠାରେ ମିଶି ରହିଥିଲେ। ହେଲେ ରମେଶର କଳା କାରନାମା କମଳାଙ୍କ ପାଖରେ ବେଶି ଦିନ ଲୁଚିନଥିଲା। କମଳା ରମେଶର ସବୁ ଗୁମର ଜାଣିଥିଲେ। ଆଉ ଏହାପରେ ଉଭୟ ମିଶି ଲୋକଙ୍କୁ ଠକିବାପାଇଁ ଯୋଜନା କରିଥିଲେ। କମଳା ରମେଶଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ କହି ପରିଚିତ କରାଉଥିଲେ।

ରମେଶଙ୍କର ଉପରିସ୍ଥ ଅଧିକାରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ଥିବା କହି କହି କାହାକୁ ଚାକିରି ତ କାହାକୁ ବ୍ୟବସାୟ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ରମେଶ ଗିରଫ ହେବା ପରେ କମଳାଙ୍କ ଭୂମିକା ପଦାକୁ ଆସିଥିଲା। ତାଙ୍କୁ ଜେରା ପାଇଁ ପୁଲିସ ବାରମ୍ବାର ଡକାଇଥିଲେ ମଧ୍ୟ ସେ ଆସିନଥିଲେ। ପୁଲିସ ଗିରଫଦାରୀ ଭୟରେ ଝାଡଖଣ୍ଡସ୍ଥିତ ଘରକୁ ଚାଲିଆସିଥିଲେ। ଠିକଣା ଠାବ ପରେ ସୋମବାର ରାତିରେ ମହିଳା ଥାନା, ସ୍ପେସାଲ୍‌ ସ୍କ୍ବାର୍ଡର ପୁଲିସର ଏକ ଟିମ୍‌ ଝାଡଖଣ୍ଡସ୍ଥିତ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

କମଳା ନିଜ ଝିଅ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ସେଥିରେ ରମେଶ ଠାରୁ ଟଙ୍କା ନେଇଥିଲେ। ରମେଶଙ୍କୁ ଡାକ୍ତର ବୋଲି ପରିଚୟ ବି ସେ ଦେଉଥିଲେ। ଅନେକ ଲୋକକୁ ଚାକିରି କରାଇଦେବା ପାଇଁ କହି ଟଙ୍କା ବି ନେଇଥିବା କଥା ସାମ୍ନା କୁ ଆସିବା ପରେ ପୁଲିସ ଏବେ ରିମାଣ୍ଡରେ ଆଣିବା ପରେ ବହୁତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର