ସିଂହପୁର: ବିଂଝାରପୁର ଜଳସଂପଦ ବିଭାଗ ଅଧୀନ ଜରୀ ପଞ୍ଚାୟତ ନାଉବାଙ୍କ କାମଦେବ ମାହାରା ଘାଇର ସ୍ଥାୟୀ ମରାମତି କରିବାକୁ ଦାବି ହେଉଛି। ଗତ ପ୍ରଳୟଙ୍କରୀ ବନ୍ୟାରେ ନାଉବାଙ୍କ କାମଦେବ ମାହାରାରେ ଏକ ବିରାଟ ଘାଇ ସୃଷ୍ଟି ହୋଇଥିଲା। ଏହି ମାହାରା ରାସ୍ତା ଅସ୍ଥାୟୀ ଭାବେ ଯାତାୟାତ ପାଇଁ ମରାମତି କରାଯାଇଛି। ଏହା ଉପରେ ଦୈନିକ ଶହଶହ ଲୋକ ଯିବାଆସିବା କରୁଥିବାରୁ ତାହା ଦବିଯାଉଛି। ଗାଡ଼ିଗୁଡ଼ିକ ବିପଦପୂର୍ଣ୍ଣ ଭାବେ ଚଳାଚଳ କରୁଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇ ତୁରନ୍ତ ସ୍ଥାୟୀ ମରାମତି କରିବାକୁ ଦାବି କରିଛନ୍ତି। ନଚେତ ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
ଦବୁଛି କାମଦେବ ମାହାରା ଘାଇ
/sambad/media/post_attachments/wp-content/uploads/2021/01/5h4sf56h4sf564f5s64h564fs6hsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)