‘ଫନି’ ମୁକାବିଲାରେ ରାଜ୍ୟ ସରକାର ବିଫଳ, ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଇଥିବା ତଥ୍ୟ ଭୁଲ: ଅଭିଯୋଗ ଆଣିଲେ କନକ ବର୍ଦ୍ଧନ

ଭୁବନେଶ୍ୱର: ବାତ୍ୟା ‘ଫନି’ ପୂର୍ବରୁ ଖୁବ୍‌ କମ୍‌ ସମୟ ମଧ୍ୟରେ ରାଜ୍ୟ ସରକାର ଯେଉଁଭଳି ଭାବେ ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରିଥିଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ବାସ୍ତବରେ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ । ସେ ଏକ ସାମ୍ବାଦିକ ସମ୍ମିଳନୀରେ  ଫନି ପରିଚାଳନାକୁ ନେଇ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି।

‘ଫନି’ ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ବାତ୍ୟାର ୧୦ ଦିନ ପରେ ବି ସମସ୍ତ ପ୍ରଭାବିତ ଅଞ୍ଚଳକୁ ବିଜୁଳି ଓ ଜଳ ଯୋଗାଣ ସ୍ୱାଭାବିକ ହୋଇ ପାରିନାହିଁ। ଇତିମଧ୍ୟରେ ଭୁବନେଶ୍ୱରକୁ ମାତ୍ର ୬୦ ପ୍ରତିଶତ ବିଜୁଳି ଯୋଗାଣ ହୋଇଥିବା ବେଳେ ପୁରୀକୁ ବିଜୁଳି ଆସିବାକୁ ଆହୁରି ଦେଢ଼ମାସ ସମୟ ଲାଗିଯିବ। ମୁଖ୍ୟମନ୍ତ୍ରୀ ନବୀନ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଇଥିବା ତଥ୍ୟ ଭୁଲ୍‌। ଲୋକେ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଶ୍ରୟୀମାନଙ୍କୁ ସୁସ୍ଥକର ଖାଦ୍ୟ ଦେବାରେ ସରକାର ବିଫଳ ହୋଇଛନ୍ତି’ ବୋଲି ସେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର