କନକ ନ୍ୟୁଜର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୨’ ଆରମ୍ଭ

ଭୁବନେଶ୍ୱର: ଆଜି କନକ ନ୍ୟୁଜ୍ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୨’ର ଆରମ୍ଭ ହୋଇଛି। ସକାଳ ୧୦ଟା ୩୦ରୁ କନକ ନ୍ୟୁଜରେ ଏହାର ସିଧା ପ୍ରସାରଣ ଆରମ୍ଭ ହୋଇଛି।‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି। ଏହି କନକ୍ଲେଭରେ ବାର୍ତ୍ତା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନିଜ ବାର୍ତ୍ତାରେ କହିଛନ୍ତି, ନିରନ୍ତର ବିକାଶ ହିଁ ଆମ ସରକାରର ମୂଳମନ୍ତ୍ର, ରୂପାନ୍ତରଣର ଯାତ୍ରାରେ ସମସ୍ତଙ୍କୁ ସାମିଲ କରି ଆଗକୁ ବଢିବା ସରକାରର ଲକ୍ଷ୍ୟ।

ଏହି କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାର୍ଯ୍ୟକ୍ରମ ଆରମ୍ଭରେ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଛନ୍ତି।  ଏହାଛଡ଼ା ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି।

ସେହିପରି ଆଇଏଏସ ଭିନିଲ କ୍ରିଷ୍ଣା, ଡକ୍ଟର ଅରବିନ୍ଦ ପାଢୀ, ଅଭିନେତା ବାବୁସାନ ମହାନ୍ତି ଏବଂ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ବିଭିନ୍ନ ଅଧିବେଶନରେ ସାମିଲ ହେବେ।


ଚଳିତ ଥର କନକ୍ଲେଭରେ, ଓଡ଼ିଶା ନିର୍ମାଣରେ ଟେକ୍ନୋଲଜିର ଭୂମିକା, ଓଡ଼ିଶା ହେବ କି କ୍ରୀଡ଼ାର ରାଜଧାନୀ ?, ମିଲେଟ ମିଶନ: ଖାଇବା ଥାଳିରେ ବିପ୍ଲବ, ବ୍ରାଣ୍ଡସ ଅଫ୍ ଓଡ଼ିଶା, ଓଡ଼ିଶା ମନୋରଞ୍ଜନ: ବଦଳିଲା ଧାରା, ଦିଶା ଦେଖାଇଲା ଦମନ ଆଦି ପ୍ରସଙ୍ଗରେ ଆଲୋଚନା ହେବ।

ସମ୍ବନ୍ଧିତ ଖବର