କନକ ନ୍ୟୁଜ୍‌ ପକ୍ଷରୁ ‘ଓଡ଼ିଶା ନିର୍ମାଣ-ଏମ୍‌ଏସ୍‌ଏମ୍‌ଇ ସମିଟ୍‌’: ପ୍ରତି ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ପାର୍କ

ଶିଳ୍ପକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେଉଛନ୍ତି। ଏଥିିପାଇଁ ଓଡ଼ିଶା ବର୍ତ୍ତମାନ ନିବେଶକଙ୍କର ପ୍ରଥମ ପସନ୍ଦ ପାଲଟିଛି। ପୋସ୍କୋ ଫେରି ଯାଇଥିଲା, ଏବେ ପୁଣି ଥରେ ଓଡ଼ିଶା ଆସିଛି।

aaddazxxz

ଭୁବନେଶ୍ବର: ଶିଳ୍ପକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେଉଛନ୍ତି। ଏଥିିପାଇଁ ଓଡ଼ିଶା ବର୍ତ୍ତମାନ ନିବେଶକଙ୍କର ପ୍ରଥମ ପସନ୍ଦ ପାଲଟିଛି। ପୋସ୍କୋ ଫେରି ଯାଇଥିଲା, ଏବେ ପୁଣି ଥରେ ଓଡ଼ିଶା ଆସିଛି। ଆଗକୁ ପ୍ରତି ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇ ପାର୍କ ପ୍ରତିଷ୍ଠା ହେବ। ‘କନକ ନ୍ୟୁଜ୍’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ନିର୍ମାଣ-ଏମ୍‌ଏସ୍‌ଏମ୍‌ଇ ସମିଟ୍‌’କୁ ଉଦ୍‌ଘାଟନ କରି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏହା କହିଛନ୍ତି।

ଅନ୍ୟତମ ଅତିଥି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ, ଗ୍ରାମାଞ୍ଚଳର ଅଭିବୃଦ୍ଧିରେ ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଭୂମିକା ରହିଛି। ଏମ୍‌ଏସ୍‌ଏମ୍‌ଇ ବଢ଼ିଲେ ଅର୍ଥନୀତି ସୁଦୃଢ଼ ହେବ। ଗାଁର ଅର୍ଥନୀତି ସୁଦୃଢ଼ ହେଲେ ଦେଶର ଉନ୍ନତି ଆସିବ। ହେଲେ ସମୃଦ୍ଧ ଓ ବିକଶିତ ଓଡ଼ିଶା ପାଇଁ ଯୁବକଙ୍କ ସହଯୋଗ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ପରେ ‘ଓଡ଼ିଶାରେ ପ୍ରସ୍ତୁତ ବିଶ୍ବରେ ଆଦୃତ’ ଶୀର୍ଷକ ପ୍ରଥମ ଅଧିବେଶନରେ ଜୟ ଭାରତ ମସଲା ପ୍ରା‌ଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ସୁଶାନ୍ତ କୁମାର ପଣ୍ଡା, ଓଡ଼ିଶା ହସ୍ତତନ୍ତ୍ର ଓ ହସ୍ତଶିଳ୍ପର ଅଧ୍ୟକ୍ଷ ସୁଦର୍ଶନ ସାହୁ, ଶିକ୍ଷାବିତ୍‌ ପ୍ରଫେସର ତପନ ପଣ୍ଡା ଅଂଶଗ୍ରହଣ କରିଥିଲେ। ‘ନୂଆ ଓଡ଼ିଶାର ମଙ୍ଗ ଧରିବେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ’ ଶୀର୍ଷକ ଅଧିବେଶନରେ ଡ୍ରିମ୍‌ସ ବିଶ୍ବବିଦ୍ୟାଳୟ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ରଥ, ଏମ୍‌ଏସ୍‌ଏମ୍‌ଇ ଯୁଗ୍ମ ସଚିବ କମଲଜିତ୍‌ ଦାଶ, ଏମ୍‌ଏସ୍‌ଏମ୍‌ଇ ଡିଆଇ ଉପନିର୍ଦ୍ଦେଶକ ନିତିଶ୍‌ ମନ୍‌, ‘ଶିଳ୍ପରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ’ ଶୀର୍ଷକ ଅଧିବେଶନରେ ସାକ୍‌ରୋବୋଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ସାକ୍ଷସିଂହ ମହାପାତ୍ର, ସାଇନ୍‌ଷ୍ଟାର ଗ୍ଲୋବାଲ୍‌ ହଲିଡେ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ଶୁଭଶ୍ରୀ ଭଞ୍ଜ ଏବଂ ‘ବ୍ୟବସାୟୀ ପାଇଁ ପୁଞ୍ଜି ସଂଗ୍ରହର ଉପାୟ’ ଶୀର୍ଷକ ଚତୁର୍ଥ ଅଧିବେଶନରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ୍‌, ଏସ୍‌ଆଇଡିବିଆଇ ଡିଜିଏମ୍‌ ପ୍ରଦ୍ୟୁମ୍ନ ଚୌଧୁରୀ, ୟୁସିସିଆଇଏଲ୍‌ ସମ୍ପାଦକ ସଞ୍ଜୀବ ମହାପାତ୍ର ଓ କାନାରା ବ୍ୟାଙ୍କ ଡିଜିଏମ୍‌ ଶରତ ଚନ୍ଦ୍ର ଭୋଇ ଯୋଗ ଦେଇ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe