ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ ‘କନକ ନ୍ୟୁଜ୍’ ପକ୍ଷରୁ ଆସନ୍ତାକାଲି (ଶନିବାର) ସକାଳ ୧୦ଟାରେ ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୧’ ହୋଟେଲ ମେ’ ଫେୟାର୍ରେ ଅନୁଷ୍ଠିତ ହେବ। ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ। ସେହିପରି ବିଭିନ୍ନ ଅଧିବେଶନରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ବିଜେପି ସାଂସଦ ସୁରେଶ ପୂଜାରୀ, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ଉନ୍ନୟନ କମିସନର୍ ପ୍ରଦୀପ ଜେନା, ପୁଲିସ୍ ଏଡିଜି ଅରୁଣ ବୋଥ୍ରା, ଫିକି ଓଡ଼ିଶା ଚାପ୍ଟର୍ର ଧରିତ୍ରୀ ପଟ୍ଟନାୟକ, ଅଶ୍ବିନୀ ଗ୍ରୁପ୍ ଅଫ୍ ହସ୍ପିଟାଲର ସୁମା ଦାସ, ନେକ୍ସନ ପାୱାର ଆଣ୍ଡ ଫୋର୍ବସ୍ର ନିକିତା ନିଶିତା ବଳିୟାରସିଂହ, ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେବେ। ଉଦ୍ଘାଟନୀ ଅଧିବେଶନରେ ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ।
କନକ ନ୍ୟୁଜ୍ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍’ ଆଜି
/sambad/media/post_attachments/wp-content/uploads/2021/03/kanak-ffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)