ତିନି ରଥରେ ଲାଗିଲା ‘କନକମୁଣ୍ଡି’

ରଥ ଖଳା ଚଳଚଞ୍ଚଳ

ତିନି ରଥରେ ଲାଗିଲା ‘କନକମୁଣ୍ଡି’

ପୁରୀ: ରଥଖଳାରେ ଆଜି ତିନିରଥରେ ‘କନକମୁଣ୍ଡି’ ଲାଗିଛି। ଏହି ‘କନକମୁଣ୍ଡି’ ତିନିରଥରେ ସଂସ୍ଥାପନ ପୂର୍ବରୁ ରଥର ପ୍ରଥମ ଭୂଇଁ ଚାରି ନାହାକା ଚାରି ପାର୍ଶ୍ୱରେ ୪ଟି ‘ଚୁନାଟ ପଟା’ ବାଡ଼ିଆ ଯାଇଥାଏ। ପ୍ରତି ଚୁନାଟ ପଟାରେ ପାଞ୍ଚଟି ଲେଖାଁଏ ବିନ୍ଧ ହୋଇ ସେହି ବିନ୍ଧରୁ ୨୦ଟି କାଣ୍ଡ ବାହାରି କନକମୁଣ୍ଡିରେ ସଂଯୋଗ ହୋଇଛି। ଏଥିସହ ଚୁନାଟ ପଟା ପାଖରେ ଚାରି ନାହାକାରୁ ମଧ୍ୟ ଗୋଟିଏ ଗୋଟିଏ କାଣ୍ଡ ଉଠି ମୋଟ୍‌ ୨୪ଟି କାଣ୍ଡ କନକମୁଣ୍ଡିରେ ସଂଯୋଗ ହୋଇଛି। ତିନିରଥର ବେଦିରେ ପଟାବାଡ଼ିଆ କାର୍ଯ୍ୟ ଆଜି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏଥିସହ ତିନିରଥର ପାର୍ଶ୍ୱ କୋଣମାନଙ୍କୁ ଛାଡ଼ି ରଥ ଉପରେ ପଟାବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ‘ଦୁଆର ବେଢ଼ା’ ରଥକୁ ଉଠିଲା ପରେ ରଥ ଚାରିପାର୍ଶ୍ୱ କୋଣରେ ପଟାବାଡ଼ିଆ ଯିବ। ଏହି ପାର୍ଶ୍ୱ କୋଣ ଦେଇ ଭୋଇ ସେବକମାନେ ବାଉଁଶ ଦ୍ୱାରା ଠେସ ଦେଇ ଦୁଆର ବେଢ଼ାକୁ ରଥ ଉପରକୁ ଉଠାଇବାରେ ବ୍ୟବହାର କରନ୍ତି। ତିନିରଥର ଘୋଡ଼ା ବନ୍ଧା ଯିବା ପାଇଁ ୨୦ ଫୁଟିଆ ‘ଇଷ’ରେ ବିନ୍ଧ ହୋଇ ଦୁଇଟି ଲେଖାଁଏ ‘ଗୁଣ୍ଠି’ ସଂଯୋଗ ହୋଇଛି। ଏହି ଗୁଣ୍ଠିରେ ଘୋଡ଼ା ଜୁଆଳି ସଂଯୋଗ କରାଯିବ। ରୂପକାର ସେବକମାନେ ତିନି ରଥର ପ୍ରଭାରେ ରାହୁରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାର ସେବକମାନେ ତିନି ରଥର ବାହ୍ୟ ଅଂଶଗୁଡିକରେ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ୱ ଦେବଦେବୀ, ସିଂହାସନ, ହଂସ ପଟା ଆଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି କମାରଶାଳରେ ଓଝା ସେବକମାନେ ତିନିରଥର ଧୂଳି ଦଣ୍ଡା, ପ୍ରଭା ବିଡ଼ିଆ କଣ୍ଟା ନିର୍ମାଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe