ଦାରିଙ୍ଗବାଡ଼ି ଛାତ୍ରୀ ପ୍ରସବ ଘଟଣା : କନ୍ଧମାଳ ୧୨ ଘଣ୍ଟା ବନ୍ଦ

ଫୁଲବାଣୀ : ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ଆଜି କନ୍ଧମାଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରି କନ୍ଧମାଳ ସୁରକ୍ଷା ଅଭିଯାନ ଓ ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା।

ରିପୋର୍ଟ ଅନୁସାରେ, ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଲାରେ ସମସ୍ତ ସହରରେ ବନ୍ଦ ପାଳନର ପ୍ରଭାବ ରହିଥିଲା। ଫୁଲବାଣୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ବ୍ୟାଙ୍କ, କୋର୍ଟ ଓ ଦୋକାନ ବଜାର ବନ୍ଦ ରହିଥିଲା। ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ସମସ୍ତ ବ୍ଲକ ସଦର ମହକୁମାରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଥିଲା।

ଆଜି ବନ୍ଦ ପାଳନ ହୋଇଥିବା ବେଳେ ଆସନ୍ତା ୧୯ ତାରିଖରେ ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ରହିଛି। । ଛାତ୍ରୀ ପ୍ରସବ ଘଟଣାରେ ପ୍ରଶାସନ ପକ୍ଷରୁ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନଶିକ୍ଷୟିତ୍ରୀ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସ୍କୁଲରୁ ୧୪ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛିା ଏହା ସତ୍ତ୍ବେ ରାଜନୈତିକ ତାତି ଥମୁନଥିବା ଦେଖିବକୁ ମିଳିଛି।

ସମ୍ବନ୍ଧିତ ଖବର