ପୁଣି ଖସିଲା ପାରଦ : କନ୍ଧମାଳ ଥରୁଛି, ଫୁଲବାଣୀରେ ୮ଂ

ଫୁଲବାଣୀ : ପୁଣି ଖସିଲା ପାରଦ। ଓଡିଶାର ସବୁଠାରୁ ଥଣ୍ତା ସହର ଫୁଲବାଣୀରେ ତାପମାତ୍ରାର ଆଜି ରହିଛି ୮ଡିଗ୍ରୀ ସେଲସିୟସ୍। ଗତକାଲି ୮.୫ ଥିବା ବେଳେ ଆଜି ପୁଣି ପାରଦ ଖସି ଆସି ୮ରେ ପହଞ୍ଚିଛି। ସତେ ଯେମିତି କନ୍ଧମାଳ ଜାଡ଼ରେ ଥରୁଛି।

ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଆଜିର ତାପମାତ୍ରା ୧୦ଡିଗ୍ରୀ ସେଲସିୟସ୍ ରହିଛି। କେବଳ ପ୍ରବଳ ଶୀତ ନୁହେଁ। ଏହା ସାଙ୍ଗକୁ ସକାଳେ ଓ ସ˚ଧୢାରେ କୁହୁଡି ଲାଗି ରହୁଛି। ଫଳରେ, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତର ପ୍ରକୋପ ଏତେ ମାତ୍ରାରେ ରହୁଛି ଯେ ସକାଳ ୯ଟା ପର୍ଯ୍ୟନ୍ତ ପଦାକୁ ବାହାରିବା ସମ୍ଭବ ହେଉ ନାହିଁ। ଜଙ୍ଗଲ ପାଖ ଗାଁରେ ବସବାସ କରୁଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ। ସେସବୁ ସ୍ଥାନରେ ଦିନ ୧୨ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି। ଲୋକମାନେ ଜଙ୍ଗଲରୁ ବଡ଼ବଡ଼ ଶୁଖିଲା କାଠ ସ˚ଗ୍ରହ କରି ସେଥିରେ ନିଆଁ ଲଗାଇ ପୋଉଁଥିବା ଦେଖିବାକୁ ମିଳୁଛି। ଯେଉଁଠି କାଠ ମିଳୁନି ସେଠାରେ ଟାୟାର ଜାଳି ନିଆଁ ପୋଉଁଥିବା ଦେଖାଯାଉଛି।

ସମ୍ବନ୍ଧିତ ଖବର