କନ୍ଧମାଳ: ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କ ଦ୍ୱାରା ଶୁଣାଣି ହେଲା ୪୮ଟି ଜନ ଅଭିଯୋଗ

୨୭ଟି ବ୍ୟକ୍ତି ଗତ ଅଭିଯୋଜ ଥିବା ବେଳେ ୨୧ଟି ସାମୁହିକ ଅଭିଯୋଗ

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ପରିସରରେ ଆଜି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଛନ୍ତି।ମୋଟ ୪୮ଗୋଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ଯଥା ବାର୍ଦ୍ଧକ୍ୟ ଭତ୍ତା,ଗୃହ ନିର୍ମାଣ, ରାସନକାର୍ଡ ପ୍ରଭୁତି ୨୭ଗୋଟି ଅଭିଯୋଗ ଥିବା ବେଳେ ସାମୁହିକ ସମସ୍ୟା ୨୧ଗୋଟି ଯଥା ସଡକ ନିର୍ମାଣ, ଦୋକାନ ଗୃହ ନିର୍ମାଣ, ମୋବାଇଲ ଟାୱାର ନିର୍ମାଣ,ବିଦ୍ୟାଳୟ ନିର୍ମାଣ ନିମନ୍ତେ ସାଧାରଣ ଜନତା ଲିଖିତ ଅଭିଯୋଗ କରିଥିଲେ।ଏହି ଅଭିଯୋଗ ଶୁଣାଣି ରେ କନ୍ଧମାଳ ଏସପି ପ୍ରତୀକ ସିଂ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵନାଥ ବାରିକ,ବାଲିଗୁଡା ଆଇଟିଡିଏ ପିଏ ରାଜେନ୍ଦ୍ର କୁମାର ରଣଜିତ ଏବଂ ବିଡିଓ ଶାନ୍ତନୁ କୁମାର ନାୟକ ଉପସ୍ଥିତ ଥିବା ବେଳେ ସମସ୍ତ ଲାଇନ ଡିପାର୍ଟମେଂଟର ଅଧିକାରୀ ମାନେ ଉପସ୍ଥିତ ଥିଲେ

ସମ୍ବନ୍ଧିତ ଖବର