ଫୁଲବାଣୀ :ଦିଲ୍ଲୀ ଏମସକୁ କନ୍ଧମାଳ ସା˚ସଦ ପ୍ରତ୍ୟୁଷା ରାଜେଶ୍ବରୀ ସି˚ହ ଗତକାଲି ରାତିରେ ଯାଇ ଜଗା-ବଳିଆଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା କଥା ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। କନ୍ଧମାଳର ଯୋଡାମୁଣ୍ତ ଜଗା-ବଳିଆଙ୍କୁ ଅସ୍ତ୍ରୋପଚାର ପରେ ଅଲଗା କରାଯାଇଛି। ଏହା ଏକ ବିରଳ ଅସ୍ତ୍ରୋପଚାର ଥିଲେ ସୁଦ୍ଧା ଦୁହିଁଙ୍କ ଅବସ୍ଥା ଭଲ ରହିଛି। ଦୁହେଁ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇ ଘରକୁ ଫେରିବେ ବୋଲି ସେ କହିଛନ୍ତି। ଦୁହିଁଙ୍କୁ ସା˚ସଦ କୋଳେଇ ଗେଲ କରିବା ସହ ଚକଲେଟ୍ ମଧୢ ଦେଇଥିଲେ।
ଏମସରେ ଜଗା-ବଳିଆଙ୍କୁ ଭେଟିଲେ କନ୍ଧମାଳ ସା˚ସଦ
/sambad/media/post_attachments/wp-content/uploads/2018/10/Jaga-Balinku-Misile-Kandhamal-Sansad.jpg)