ବ୍ରହ୍ମପୁର : ବହୁଚର୍ଚ୍ଚିତ ୨୦୦୭ କନ୍ଧମାଳ ଦଙ୍ଗା ମାମଲାରେ ଆଜି ଦାରିଙ୍ଗବାଡ଼ି ପ୍ରଥମଶ୍ରେଣୀ ବିଚାରପତିଙ୍କ ଅଦାଲତରେ ରାୟ ପ୍ରକାଶ ପାଇଛି। ୧୪ ବର୍ଷ ପରେ ପ୍ରକାଶ ପାଇଥିବା ରାୟରେ ପ୍ରଥମ ଶ୍ରେଣୀ ବିଚାରପତି ଗଗନ ସାହୁ ୫୮ ଜଣଙ୍କୁ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୨୦୦୭ ଡିସେମ୍ବର ୨୪ ତାରିଖରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ବ୍ରାହ୍ମଣୀଗାଁ ଯାଉଥିବା ସମୟରେ ଦାରିଙ୍ଗବାଡ଼ିରେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ପରବର୍ତ୍ତୀ ସମୟରେ ଦଙ୍ଗା ଯୋଗୁଁ ଦାରିଙ୍ଗବାଡ଼ିସ୍ଥିତ ମିସନାରି ସଂସ୍ଥା ୱାର୍ଲଡ୍ ଭିଜନ୍, ଲଦାପାଙ୍ଗା ଚର୍ଚ୍ଚକୁ ଭଙ୍ଗାରୁଜା ଓ ପୋଡ଼ାଜଳା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏଥିରେ ୫୮ଜଣଙ୍କ ବିରୋଧରେ ଦାରିଙ୍ଗବାଡ଼ି ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ଆଜି ପ୍ରଥମଶ୍ରେଣୀ ବିଚାରପତି ଅଦାଲତରେ କେସ୍ ନମ୍ବର ଜିଆର୍ ୧୨୨/୨୦୦୭ର ବିଚାରଣା କରି ଏହାର ଶୁଣାଣି କରିଛନ୍ତି। ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ମନୋଜ ପଣ୍ଡା ମାମଲା ପରିଚାଳନା କରିଥିଲେ।
୨୦୦୭ କନ୍ଧମାଳ ଦଙ୍ଗା ମାମଲା: ୫୮ ନିର୍ଦ୍ଦୋଷରେ ଖଲାସ

Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)