ଓଡ଼ିଶାରେ କରୋନା ସନ୍ଦିଗ୍ଧ ! ଚୀନରେ ଡାକ୍ତରୀ ପଢ଼ୁଥିବା କନ୍ଧମାଳ ଛାତ୍ର ଅସୁସ୍ଥ, ଚିକିତ୍ସା ଲାଗି କଟକ ବଡ଼ଡାକ୍ତରଖାନା ଆସୁଛନ୍ତି

ଫୁଲବାଣୀ:  ଚୀନରେ ପ‌ାଠ ପଢ଼ୁଥିବା ଓଡ଼ିଶାର ଛାତ୍ରଙ୍କୁ  କରୋନା ଭାଇରସ ସଂକ୍ରମଣ ସନ୍ଦେହ ! କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ଜଣେ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଉକ୍ତ ଛାତ୍ରଜଣକ ୧୦ ଦିନ ତଳେ ଚୀନରୁ ଘରକୁ ଚାଲିଆସିଥିଲେ। ଏହାପରେ ତାଙ୍କୁ ଥଣ୍ଡା ଓ କାଶ ହୋଇଥିଲା। ଏହପରେ ସେ  କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ଚିଠି ଲେଖାଇ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ଜଣାଇଥିଲେ ।  ଏହାପରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରୀକ୍ଷାନିରୀକ୍ଷା କରାଯାଇଥିଲା।  ଏହ‌ାପରେ  ପରେ ତାଙ୍କୁ କଟକର ଏସସିବିକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାଯାଇଛି । ଏହି ଚିଠି ସଂପର୍କରେ ପ୍ରଚାରିତ ହେବା ପରେ କନ୍ଧମାଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଫୁଲବାଣୀର ଉକ୍ତ ଡାକ୍ତରୀ ଛାତ୍ରଜଣକ ଚୀନରେ ଏବିବିଏସ୍ ପଢୁଥିଲେ । ସେ ଚୀନରୁ ଅସୁସ୍ଥ ହୋଇ ଗତ ୧୧ ତାରିଖରେ ଫୁଲବାଣୀ ଫେରିଥିଲେ। ତେବେ ଘରକୁ ଫେରିବା ଦିନଠାରୁ ତାଙ୍କୁ କାଶ, ଥଣ୍ଡା ଛାଡ଼ୁ ନ ଥିବାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ କରିଥିଲେ । ସଦ୍ୟତମ ସୂଚନା ଅନୁଯାୟୀ ଏଯାବତ୍ ଉକ୍ତ କରୋନା ସନ୍ଦିଗ୍ଧ କଟକର ଏସସିବିରେ ପହଞ୍ଚି ନାହାନ୍ତି।

ସେପଟେ, କେରଳ ପରେ ଦିଲ୍ଲୀକୁ ଡେଇଁଛି କରୋନା ଭୂତାଣୁ । ଦିଲ୍ଲୀରେ ୫ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ସନ୍ଦେହ ଘେରକୁ ଆସିଛି । ଦିଲ୍ଲୀ ବିମାନ ବନ୍ଦରରେ ଚୀନରୁ ଫେରିଥିବା ୫ ଜଣଙ୍କୁ ଯାଂଚ ବେଳେ ସେମାନଙ୍କଠାରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଥିଲା । ଏହା ପରେ ଏହି ୫ ଜଣଙ୍କୁ ଦିଲ୍ଲୀର ଏମଆରଏଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଏମାନଙ୍କ  ଠାରୁ ରକ୍ତ ନମୂନା ସଂଗ୍ରହ କରାଯାଇ ପୁନେ ପଠା ଯାଇଛି ।  ସେହିପରି ମୁମ୍ୱାଇ ବିମାନ ବନ୍ଦରରେ ୨୮ ଜାନୁଆରୀ ସୁଦ୍ଧା ୪ ହଜାର ୮ ଶହ ୪୬ ଲୋକଙ୍କ ଯାଂଚ କରା ଯାଇଛି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ଯେଉଁମାନଙ୍କ ଠାରେ କରୋନା ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଥିଲା ସେମାନଙ୍କୁ ସ୍ପେଶାଲ ୱାର୍ଡକୁ ପଠାଇ ଦିଆଯାଇଛି । ତେବେ ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ସୂଚନାଯୋଗ୍ୟ, ଗତକାଲି କେରଳରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲା।

ସମ୍ବନ୍ଧିତ ଖବର