ଫୁଲବାଣୀ :ପାରଦ ଖସିଲା। ତାପମାତ୍ରା ୯.୫କୁ ଆସିଲା। କନ୍ଧମାଳରେ ଶୀତ ବଢିଲା। ଆଉ କରୋନା ସଂକ୍ରମିତ ବି ବଢିଲା। ଏହାକୁ ନେଇ ଜିଲ୍ଲାବାସୀ ଆଶା ଆଶଙ୍କାରେ ଥିବା ବେଳେ ଦୁଇ ଦିନ ହେଲା ପାରଦ ଉପରକୁ ଆଉ କରୋନା ସଂକ୍ରମଣ ତଳକୁ ଖସିଛି। ଯାହାକି ଜିଲ୍ଲାବାସୀଙ୍କୁ ବେଶ ଆଶ୍ବସ୍ତ ଆଣି ଦେଇଛି।
ଶୀତ ଦିନରେ କରୋନା ବେଶୀ କାୟା ବିସ୍ତାର କରିବ। ତେଣୁ ଶୀତ ଦିନେ ଅଧିକ ସତର୍କ ଓ ସଚେତନ ରହିବାକୁ ରାଜ୍ୟ ସରକାର ଶୀତ ପ୍ରଭାବିତ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି। ସେଥି ମଧ୍ୟରେ କନ୍ଧମାଳ ପ୍ରଥମ ସ୍ଥାନରେ ରହିଛି। ତେଣୁ ଶୀତକୁ ନେଇ ଜିଲ୍ଲାବାସୀ ଚିନ୍ତାରେ ଅଛନ୍ତି। ଦୁଇ ଦିନ ହେଲା ଶୀତର ପ୍ରକୋପ କମିଛି। ତାପମାତ୍ରା ୧୫ ଡିଗ୍ରୀକୁ ବଢିଛି। ଏପଟେ କରୋନା ସଂକ୍ରମଣ ଗ୍ରାଫ ତଳକୁ ଖସିଛି। ଲଗାତାର କରୋନା ସଂକ୍ରମିତ ସଂଖ୍ୟା ୧ ଅଙ୍କ ତଳକୁ ରହୁଛି। ଶୀତ କମିବା ଓ କରୋନା ସଂକ୍ରମିତ ୧ ଅଙ୍କ ତଳକୁ ରହିବା ନେଇ ଜିଲ୍ଲାବାସୀଙ୍କୁ ବେଶ ଆଶ୍ବସ୍ତି ଦେଇଛି।
ଶୀତର ମଜା ଉଠାଇ ଥାଆନ୍ତି ଜିଲ୍ଲାବାସୀ। ଆଉ ଏହି ଦିନରେ ପର୍ଟ୍ୟଟକଙ୍କ ସମାଗମରେ ଜିଳ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଗହଳି ଚହଳି ଲାଗି ରହେ। କରୋନା ପାଇଁ ବାହାର ପର୍ଯ୍ୟଟକଙ୍କ ଆଗମନ ଉପରେ ପ୍ରଶାସନ ରୋକ ଲଗାଇଛନ୍ତି। ଆଗକୁ ଶୀତ ବଢିବାର ଥିବାରୁ ଏ ନେଇ ସମସ୍ତେ ଅଧିକ ସତର୍କ ଓ ସଚେତନ ରହିବା ଜଜୁରୀ ହୋଇ ପଡିଛି। ଆଜି ୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି। ଫୁଲବାଣୀ, ବାଲିଗୁଡା, ଫିରିଙ୍ଗିଆ,ତୁମୁଡିବନ୍ଧ,ଚକାପାଦ ଓ ଦାରିଙ୍ଗବାଡିରୁ ଜଣେ ଲେଖାଏଁ ଥିବା ବେଳେ ଅନ୍ୟ ସ୍ଥାନରେ ଚିହ୍ନଟ ଜଣେ ରହିଛନ୍ତି। ନୂଆକୁ ମିଶାଇ କନ୍ଧମାଳରେ ସଂକ୍ରମିତ ସଂଖ୍ୟା ୫୮୪୧ରେ ପହଞ୍ଚିଛି। ସେଥିରୁ ୫୭୨୮ ଜଣ ସୁସ୍ଥ ହୋଇଛନ୍ତି। ୮୦ ଜଣ ଚିକିତ୍ସାଧୀନ ଥିବା ବେଳେ କରୋନାରେ ୩୩ ଜଣଙ୍କ ଜୀବନ ଗଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/cold-winter.jpg)