କନ୍ଧମାଳ: ୩ଦଳକୁ ନିରାଶ କରିନାହାନ୍ତି ଭୋଟର

ବିଜେଡି, ବିଜେପି ଓ କଂଗ୍ରେସକୁ ଗୋଟିଏ କରି ଆସନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ତିନି ବିଧାନସଭା ଆସନ ତିନି ଦଳକୁ ଯାଇଛି। ବ‌ିଜେପି, କଂଗ୍ରେସ ଓ ବିଜେଡି ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଛନ୍ତି। କନ୍ଧମାଳ ଭୋଟର ତିନି ପ୍ରମୁଖ ‌ରାଜନୈତିକ ଦଳକୁ ଗୋଟିଏ କରି ଆସନ ଦେଇ ସନ୍ତୁଷ୍ଟ କରିଛନ୍ତି। ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଉମାଚରଣ ମଲିକ ତାଙ୍କ ନିକଟତତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ଠାରୁ ବିଜୟୀ ହୋଇଛନ୍ତି। ସେହିଭଳି ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କ ଠାରୁ ବିଜୟୀ ହୋଇଛନ୍ତି। ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କଠାରୁ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ ଏଠି ତୃତୀୟ ସ୍ଥାନରେ ରହିଛନ୍ତି।

ବିଜେଡି, ବିଜେପି ଓ କଂଗ୍ରେସକୁ ଗୋଟିଏ କରି ଆସନ
ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ପରାଜୟ

ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ୨୦୦୦ ମସିହା ସାଧାରଣ ନିର୍ବାଚନ ପରଠାରୁ ବିଜେଡି ହିଁ ବିଜୟୀ ହୋଇ ଆସୁଥିଲା। ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଏଠାରେ ବିଜୟୀ ହୋଇଛି। ସେହିଭଳି ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି-ବିଜେପି ମେଣ୍ଟ ଥିବା ସମୟରେ ବିଜେପି ୨୦୦୦ ଏବଂ ୨୦୦୪ ନିର୍ବାଚନରେ ୨ଥର ବିଜୟୀ ହୋଇଥିବା ବେଳେ ମେଣ୍ଟ ଭାଙ୍ଗିଯିବା ପରେ ୨୦୦୯ରେ ଏଠାରେ ବିଜେପି ମଧ୍ୟ ବିଜୟୀ ହୋଇଥିଲା। କିନ୍ତୁ ୨୦୧୪ ଏବଂ ୨୦୧୯ରେ ବିଜେଡି ବିଜୟୀ ହୋଇଥିଲା। ଚଳିତ ନିର୍ବାଚନରେ ବିଜେଡି ଏଠାରୁ ବିଜୟୀ ହୋଇ ହ୍ୟାଟ୍ରିକ ଲାଭ କରିଛି। ଘୁ.ଉଦୟଗିରି ଆସନଟି ୧୯୮୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୨୦ ବର୍ଷ ଧରି ଏହା କଂଗ୍ରେସ ଦଖଲରେ ଥିଲା। ତେବେ ବିଜେଡି-ବିଜେପି ମେଣ୍ଟ ସମୟରେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ଏଠ‌ାରେ ବିଜେଡି ବିଜୟୀ ହୋଇଥିବାବେଳେ ୨୦୦୪ ନିର୍ବାଚନରେ ପୁଣି କଂଗ୍ରେସ କ୍ଷମତାକୁ ଫେରିଥିଲା। ତେବେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା ପରେ ୨୦୦୯ ନିର୍ବାଚନରେ ଏଠାରେ ବିଜେପି ବିଜୟୀ ହୋଇଥିଲା। ୨୦୧୪ ନିର୍ବାଚନରେ କଂଗ୍ରେସ ଏଠାରୁ ପୁଣି ବିଜୟଲାଭ କରିଥିଲା ଏବଂ ୨୦୧୯ ନିର୍ବାଚନରେ ବିଜେଡି ଏଠାରୁ ବିଜୟୀ ହୋଇଥିଲା। ଏଥର ଘୁ.ଉଦୟଗିରି ଆସନଟିକୁ ପୁଣି କଂଗ୍ରେସ ବିଜେଡି ହାତରୁ ଛଡ଼ାଇ ନେଇଛି।

ସମ୍ବନ୍ଧିତ ଖବର