ରଣପୁରରେ ବଢ଼ିଚାଲିଛି କଙ୍ଗାରୁ କୋର୍ଟ, ଚୁପ୍‌ ବସିଛି ପ୍ରଶାସନ

ରଣପୁର : କିଛି ମାସ ହେଲା ରଣପୁର ଅଞ୍ଚଳରେ କଙ୍ଗାରୁକୋର୍ଟ ଏକ ନିତିଦିନିଆ ଘଟଣା ପାଲଟିଥିବା ଦେଖିବାକୁ ମିଳିଛି। ଏ ନେଇ ପୀଡ଼ିତ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଚର୍ଚ୍ଚା ଯୋର୍‌ ଧରିଛି। ତେବେ ଅତୀତରେ ରାଜରାଜୁଡ଼ା ଶାସନ ସମୟରେ ‘ଯୋର୍‌ ଯାର ମୂଲକ ତାର’ ନୀତିରେ ଲୋକେ ଜୀବନ ନିର୍ବାହ କରୁଥିଲେ। ଏପରିକି କୌଣସି ଅପରାଧମୂଳକ କାର୍ଯ୍ୟରେ ଗ୍ରାମରେ କଙ୍ଗାରୁ କୋର୍ଟ ବସି ଦଣ୍ତ ବିଧାନ ହେଉଛି। କିନ୍ତୁ ଗଣତନ୍ତ୍ର ପ୍ରତିଷ୍ଠା ହେବା ପରେ ଏ ସବୁ ବନ୍ଦ ହୋଇଯାଇଥିବା ବେଳେ ଲୋକେ ସ୍ବତନ୍ତ୍ରତା ପାଇ ଆସୁଛନ୍ତି। କିନ୍ତୁ ଏବେ ବି ରଣପୁର ଅଞ୍ଚଳରେ ଅନେକ ଗାଁ ଅଛି ଯେଉଁଠାରେ କି ଏକଘରକିଆ ବା ଗାଁରୁ ନିଆଁ ପାଣି ବାସନ୍ଦ କରାଯାଉଛି।

ଏହାର ଜ୍ବଳନ୍ତ ଜ୍ବଳନ୍ତ ଉଦାହରଣ ହେଉଛି, ରଣପୁର ବ୍ଲକ୍‌ ଅନ୍ତର୍ଗତ ବାଙ୍କପୁର ଗାଁର ବିଜିନି ରାୟଙ୍କ ପରିବାର, ପିମ୍ପଲ ଗାଁର ନୀଳକଣ୍ଠ ବେହେରାଙ୍କ ପରିବାର, ରଙ୍କଦେଉଳୀ-ବାଦଭୂଇଁ ଗାଁର ଅଶୋକ କୁମାର ସ୍ବାଇଁଙ୍କ ପରିବାର। ଏପରି ଅନେକ ପରିବାର ବିଭିନ୍ନ ସମୟରେ କଙ୍ଗାରୁ କୋର୍ଟର ଶିକାର ହୋଇ ଆସୁଛନ୍ତି। ଏ ନେଇ ପୀଡ଼ିତ ପରିବାର ପୁଲିସ ଓ ନ୍ୟାୟାଳୟର ଆଶ୍ରୟ ନେଉଥିଲେ ହେଁ ପୀଡ଼ିତ ପରିବାରଙ୍କୁ ତ୍ବରିତ ନ୍ୟାୟ ମିଳୁ ନଥିବା ଅଭିଯୋଗ ହେଉଛି। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ସାମାଜିକ ସଂଗଠନ ଓ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଦାବି ହେଉଛି।

ସମ୍ବନ୍ଧିତ ଖବର