ମାଥିଲି: ମାଥିଲି ବ୍ଲକ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି କାଙ୍ଗରାଜଗୁମ୍ମା ପର୍ଯ୍ୟଟନ ସ୍ଥଳୀ।ପର୍ଯ୍ୟଟକମାନଙ୍କ ମନପସନ୍ଦର ସ୍ଥାନ ହୋଇଛି ଏହି ପର୍ଯ୍ୟଟନ ସ୍ଥଳୀ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି। ଏଠାରେ ପିଲାଙ୍କ ପାଇଁ ଖେଳିବାର ସମସ୍ତ ସୁବିଧା ରହିଥିବା ବେଳେ ବଡ଼ମାନଙ୍କ ପାଇଁ ବୁଲିବା ଏବଂ କୃତ୍ରିମ ଜଂଗଲର ଭ୍ରମ ସୃଷ୍ଟି କରୁଛି।ବିଭିନ୍ନ ସ୍ଥାନରେ ସେଲଫି ପଏଣ୍ଟ କରାଯାଇଛି। ଏଠାରେ ରହିଥିବା ଏକ ଝରଣା ଲୋକଙ୍କୁ ଆକୃଷ୍ଟ କରୁଛି। ଟାଏଟେନିକର ଏକ ବିଶାଳ ଚିତ୍ର ନିକଟରେ ଲୋକେ ଛିଆ ହୋଇ ସେଲଫି ନେଉଥିବା ଦେଖିବାକୁ ମିଳିଛି।

Advertisment

publive-image

ମାଲକାନଗିରି ସମେତ ପଡୋଶୀ ଜିଲ୍ଲା ଏବଂ ଛତିଶଗଡ ଓ ଆନ୍ଧ୍ରରୁ ମଧ୍ୟ ଲୋକେ ଏଠାକୁ ବୁଲିବାକୁ ଆସୁଥିବା ଦେଖିବାକୁ ମିଳିଛି। ମାଥିଲି ପିଇଓ ଅଶୋକ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାଙ୍ଗରାଜଗୁମ୍ମା ପର୍ଯ୍ୟଟନ ସ୍ଥଳୀର ଦେଖରେଖ ହେଉଛି। ଗତବର୍ଷ ଏଠାରେ ବାଉଁଶ ବ୍ରିଜ ହୋଇଥିବାରୁ ଲୋକଙ୍କ ସମାଗମ ଯଥେଷ୍ଟ ହୋଇଥିଲା। ଏଥର ମଧ୍ୟ ଆହୁରି ବଢିବ ବୋଲି ଅନୁମାନ କରାଯାଏ। ପ୍ରତି ରବିବାର ଏଠାରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି।ଲୋକେ ବଣଭୋଜିର ମଜା ମଧ୍ୟ ଉଠାଉଛନ୍ତି। ଛୋଟରୁ ବଡ ମାନଙ୍କ ପାଇଁ ଏଠାରେ ସମୟ ବିତାଇବାର ସମସ୍ତ ବ୍ୟବସ୍ଥା ରହିଥିବାରୁ ଲୋକେ ବାହାର ରାଜ୍ୟକୁ ନଯାଇ ଜିଲ୍ଲା ଭିତରେ ରହିଥିବା ଏହି ସୌନ୍ଦର୍ଯ୍ୟଭର ପର୍ଯ୍ୟଟନ ସ୍ଥଳୀକୁ ଦେଖିବାକୁ ଆସୁଛନ୍ତି।

publive-image

ତେବେ ପିଇଓ ଅଶୋକ ମହାରଣାହ୍କ କହିବା ଅନୁଯାୟୀ ପିଲାଙ୍କ ପାଇଁ ଖେଳିବାର ସମସ୍ତ ସୁବିଧା କରାଯାଇଛି। ଆଗାମୀ ଦିନରେ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ।ଛୋଟ ଛୋଟ କୁଡିଆରେ ଲୋକମାନେ ବସି ମଜା ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା ମାଥିଲି ନିକଟରେ ରହିଥିବାରୁ ଲୋକଙ୍କର ପସନ୍ଦର ଜାଗା ହୋଇଛି।