କଣିହାଁ: କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ଥାନାର ସମାକୋଇ ନଦୀରେ ଜଣେ ଅଜଣା ଯୁବକଙ୍କ ଶବ ଭାସୁଥିବାର ଦେଖିବାକୁ ମିଳିଛି। ମୃତକର ବୟସ ଆନୁମାନିକ ପ୍ରାୟ୨୦ବର୍ଷ ହେବ। ଯୁବକଜଣକ ଏକ ହାପ୍ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛନ୍ତି। ଶବଟି ଦୀର୍ଘ ଦିନର ହୋଇଥିବା ଅନୁମାନ କରାଯାଉଛି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସ୍ଥାନୀୟ ଲୋକେ ଶବଟିକୁ ଭାସୁଥିବା ଦେଖିବାକୁ ପାଇଥିଲେ।