ପୁରୀ : ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଶେଷ ହେବା ପରେ କଂସରାଜ ଭୁବନେଶ୍ୱର ପଧାନ ଆଜି ପୁରୀ ଆସିଛନ୍ତି। ୧୧ ଦିନର ରାଜତ୍ୱ କାଳରେ ଗୁରୁଜନ, ଲଘୁଜନ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ କଟୁବାକ୍ୟ ପ୍ରୟୋଗ କରିଥିବାରୁ ଶ୍ରୀକ୍ଷେତ୍ରରେ ପ୍ରାୟଶ୍ଚିତ କରିଛନ୍ତି। ନିଜର ପାତ୍ରମନ୍ତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇ ପ୍ରଥମେ ସେ ଜଗଦ୍ଗୁରୁଙ୍କ ଆଶୀର୍ବାଦ ଲାଭ କରିଥିଲେ। ପୀଠର ଇଷ୍ଟଦେବୀ ମା’ ବିମଳାଙ୍କୁ ଦର୍ଶନ କରିବା ପରେ ତୀର୍ଥରାଜ ମହୋଦଧିରେ ସ୍ନାନ କରିଥିଲେ। ସେଠାରେ ସୂର୍ଯ୍ୟ ନମସ୍କାର କରି ଅପକର୍ମର ପ୍ରାୟଶ୍ଚିତ କରିଥିଲେ। ସେଠାରୁ ଶ୍ରୀମନ୍ଦିର ଆସି ରତ୍ନ ସିଂହାସନରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଥିଲେ। କଂସରାଜ ଭୂମିକାରେ ଥାଇ କୃଷ୍ଣବଳରାମଙ୍କ ଉଦ୍ଦେଶ୍ୟରେ କଟୁ ମନ୍ତବ୍ୟ ପ୍ରଦାନ କରିଛନ୍ତି। କେତେକ ଅଧିକାରୀଙ୍କୁ ମଧ୍ୟ ତାଙ୍କ କାର୍ଯ୍ୟ ପାଇଁ କଡ଼ା ଗଳାରେ ନିର୍ଦ୍ଦେଶ ଦେଇଛନ୍ତି। ଏହା ଧନୁଯାତ୍ରାର ଏକ ଅଂଶବିଶେଷ ହୋଇଥିବାରୁ ମହାପ୍ରଭୁ କ୍ଷମା କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ସପରିବାର ଆଜି ପୁରୀରେ ଅବସ୍ଥାନ କରୁଛନ୍ତି। ଆସନ୍ତାକାଲି ସେ ବରଗଡ଼ ଅଭିମୁଖେ ଯାତ୍ରା କରିବେ ବୋଲି କହିଛନ୍ତି।
କଂସରାଜାଙ୍କ ପ୍ରାୟଶ୍ଚିତ
/sambad/media/post_attachments/wp-content/uploads/2018/01/kansa.jpg-d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)