ଦୁର୍ଦ୍ଦିନରେ କଂସାରି ପରିବାର

ଭୁବନେଶ୍ୱର : କରୋନା ପାଇଁ ଓଡ଼ିଶାର ହଜାର ହଜାର କଂସାରି ପରିବାର, କଂସା ପିତ୍ତଳ ଶିଳ୍ପ, କାରିଗର ଓ ବ୍ୟବସାୟୀ ଗୋଷ୍ଠୀ ବର୍ତ୍ତମାନ ଘୋର ଦୁର୍ଦ୍ଦିନରେ। ଜୀବନ ଅଛି, କିନ୍ତୁ ଜୀବିକା ଚାଲିଯାଇଛି। ସରକାର ବିଭିନ୍ନ ଶିଳ୍ପ ସଂସ୍ଥା, କ୍ଷୁଦ୍ର ବ୍ୟବସାୟୀ, ଉଠାଦୋକାନୀ ତଥା କରୋନାଜନିତ ଅନ୍ୟାନ୍ୟ କ୍ଷତିଗ୍ରସ୍ତଙ୍କୁ ସହାୟତାର ହାତ ବଢ଼ାଇଥିଲେ ମଧ୍ୟ କଂସାରିଙ୍କ ପାଇଁ କୌଣସି ସହାୟତା ଘୋଷଣା କରାଯାଇ ନାହିଁ। ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷେପ ନେଇ ଏହି ଜାତି ପାଇଁ ଏକ ସ୍ବତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରିବା ନିମନ୍ତେ ଓଡ଼ିଶା କଂସାରି ସମାଜ ଉନ୍ନୟନ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଦର୍ଶନ ମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର