କଣ୍ଟାବାଞ୍ଜି: କମ୍ପ୍ୟୁଟର ଲ୍ୟାବରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର, ୪ ଚୋର ଗିରଫ

ଜଣେ ଫେରାର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଥିବା ଜୁରାବନ୍ଦ ୟୁଜି ହାଇସ୍କୁଲ କମ୍ପ୍ୟୁଟର ଲ୍ୟାବରୁ ବିଭିନ୍ନ ସାମଗ୍ରୀ ଚୋରି ଅଭିଯୋଗରେ ୪ଜଣଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ଏହି ଚୋରମାନେ ଜୁରାବନ୍ଦ ୟୁଜି ହାଇସ୍କୁଲ କମ୍ପ୍ୟୁଟର ଲ୍ୟାବରୁ କମ୍ୟୁଟର କି ବୋର୍ଡ, ମନିଟର ୧୨ ଟି, ୟୁପିଏସ ୨ ଟି, ସିପିୟୁ ୨ ଟି, ପ୍ରୋଜେକ୍ଟର ୧ ଟି ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ବଙ୍ଗୋମୁଣ୍ଡା ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

କଣ୍ଟାବାଞ୍ଜି ଥାନା ସାଲେପଡା ଗାଁର ପାରେଶ୍ୱର ସିପକା , ପ୍ରକାଶ ସଂରିଆ, ନରେଦ୍ର ହେର୍ନା, ରରେନଭଟା ଗାଁର ମୋହନ ଭୋଇ ସମ୍ପୃକ୍ତି ଥିବା ନେଇ ପ୍ରମାଣ ପାଇବା ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଏମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କମେଇମୁଣ୍ଡା ଗାଁର ଡିଙ୍ଗର ଭୋଇ ଫେରାର ଥିବା ଜଣାଯାଇଛି ।

ତେଣେ କଣ୍ଟାବାଞ୍ଜି ଥାନା ହିଆଲ ୟୁଜି ହାଇସ୍କୁଲରୁ କମ୍ପୁଟର ଲ୍ୟାବରୁ ମଧ୍ୟ ଚୋରି ହୋଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏହି ଚୋରମାନେ ମଧ୍ୟ ହିଆଲ ୟୁଜି ସ୍କୁଲରୁ ଚୋରି କରିଥିବା କଣ୍ଟାବାଞ୍ଜି ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଚୋରି ହୋଇଥିବା କିଛି ସାମଗ୍ରୀ ଉଦ୍ଧାର ହୋଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର