କଣ୍ଟାବାଞ୍ଜି: ଗୋଟିଏ ଦିନରେ ୨୪ କରୋନା ପଜିଟିଭ୍ ଚିହ୍ନଟ ପରେ ମହାବୀର ରେସିଡେନ୍ସିକୁ କଣ୍ଟେନମେଣ୍ଟ ଘୋଷଣା କଲା ପ୍ରଶାସନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରୁ ଡୁମେଇଚୁଆ ଗାଁ ଯାଇଥିବା ରାସ୍ତାରେ ଥିବା ମହାବୀର ରେସିଡେନ୍ସିକୁ କଣ୍ଟେନମେଣ୍ଟ ଘୋଷଣା କଲା ପ୍ରଶାସନ । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ଏଠାରେ ୨୦୪ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ତେବେ ଗୋଟିଏ ଦିନରେ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଉ କରୋନା ପଜିଟିଭ୍ ଥିବା ସନ୍ଦେହ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ ।

ତେବେ ଉପଜିଲ୍ଲାପାଳ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ମହାବୀର ରେସିଡେନ୍ସିକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ମହାବୀର ରେସିଡେନ୍ସିକୁ ସାନିଟାଇଜ କରିବା ପାଇଁ ଅଗ୍ନିଶମ ଅଧିକାରୀ ଅସିତ କୁମାର ଜେନା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜରୁରୀକାଲୀନ ଜିନିଷ ପତ୍ର ପାଇଁ ଏନଏସି ଏମ.ଆଇ. ପ୍ରଭାତ କୁମାର ସାହୁ, ଆଇନ ଶୃଙ୍ଖଳା ପାଇଁ କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକେଲ, ସ୍ୱାସ୍ଥ୍ୟସେବା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାର ମେଡିକାଳ ଅଫିସର ଡାକ୍ତର ଏସ.ପି.ଡି ପଣ୍ଡା, ଡାକ୍ତର ଶାନ୍ତନୁ ରାଉତ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର