ଜେଇଇ ଆଡଭାନ୍ସ ସର୍ବଭାରତୀୟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଦୁଇ ଭାଇଙ୍କ ରେକର୍ଡ

କଣ୍ଟାବାଞ୍ଜି (ପୁଷ୍ପକେତୁ ବେହେରା): ଆଜି ଜେଇଇ ଆଡଭାନ୍ସ ସର୍ବଭାରତୀୟ ପରୀକ୍ଷାର ଫଳ ବାହାରିଛି । ଏହି ପରୀକ୍ଷାରେ କଣ୍ଟାବାଞ୍ଜିରେ ଗୋଟିଏ ପରିବାର ଦୁଇ ଭାଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରେକର୍ଡ କରିଛନ୍ତି । ସର୍ବଭାରତୀୟ ସ୍ତରରେ ରୌନକ ଡାଲମିଆ ୫୨ ସ୍ଥାନ ପାଇଥିବା ବେଳେ ତାଙ୍କ ସାନ ଭାଇ ମନ୍ଥନ ଡାଲମିଆ ୧୦୦ ନମ୍ବର ସ୍ଥାନ ହାସଲ କରିଛନ୍ତି। ସେହିପରି ଓଡିଶାରେ ରୋନକ ଏକ ନମ୍ବରରେ ଥିବା ବେଳେ ମନ୍ଥନ ତୃତୀୟ ନମ୍ବରରେ ଥିବା ଜଣାଯାଇଛି । ଦୁଇଭାଇଙ୍କ ଏଭଳି ସଫଳତା ପରେ ପରିବାରରେ ଏବେ ଖୁସିର ଲହରି ଖେଳି ଯାଇଛି।

ଦୁଇ ଭାଇ ପରୀକ୍ଷାରେ ସଫଳ ହୋଇଥିବା ଯୋଗୁଁ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି । ରୋହନ ଏବଂ ମନ୍ଥନଙ୍କ କହିବା ଅନୁସାରେ ବିନା କୌଣସି ଟିୟୁସନ ବା କୋଚିଂରେ ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଲକଡାଉନ ସମୟରେ ଲୋକେ ବାହାରକୁ ବାହାରିବାକୁ ବାରଣ ଥିବା ବେଳେ ଏହାର ସୁଯୋଗ ନେଇ ଦୁଇ ଭାଇ ଘରେ ରହି କେବଳ ନିଜ ପଢାରେ ଧ୍ୟାନ ଦେଇଥିଲେ ।


ଦୁଇ ଭାଇଙ୍କ ଏହି ସଫଳତାକୁ ନେଇ କଂଟାବାଞ୍ଜି ସହରବାସୀ ବେଶ ଖୁସି ଥିବା ବେଳେ ଆଗକୁ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ପୁର୍ବରୁ କଂଟାବାଞ୍ଜି ସହରରେ ୬ ଜଣ ସିଭିଲ ସର୍ଭିସରେ ଭଲ ସ୍ଥାନ ରଖି କଂଟାବାଞ୍ଜିର ସୁନାମ ଅର୍ଜନ କରିଥିବା ବେଳେ ଏହି ଦୁଇ ଭାଇ ସର୍ବଭାରତୀୟ ସ୍ତରରେ ନିଜ ନାମ ରଖିଥିବା ଯୋଗୁ କଂଟାବାଞ୍ଜିବାସୀ ସହ ପରିବାର ଲୋକ ବେସ ଖୁସି ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର