ଭୁବନେଶ୍ୱର : କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍) ପକ୍ଷରୁ ମହିଳା ଓ କନ୍ୟା ସନ୍ତାନଙ୍କୁ ନିର୍ଯାତନା ବିରୋଧରେ ସଚେତନତା ଅଭିଯାନ ‘କନ୍ୟା କିରଣ’ର ତୃତୀୟ ସଂସ୍କରଣ ରବିବାର ଉଦ୍ଘାଟିତ ହୋଇଯାଇଛି। ଜୁନ୍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଂଚଳରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। କନ୍ୟା କିରଣକୁ ବିଶ୍ୱବ୍ୟାପକ କରିବା ପାଇଁ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ପାଳନ କରାଯିବ ବୋଲି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇ ଘୋଷଣା କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ କହିଲେ, ନାରୀ ଅଗ୍ରଗତି ନିମନ୍ତେ କନ୍ୟା କିରଣ ନିଶ୍ଚିତ ଭାବେ ଏକ ସୁନ୍ଦର ପରିକଳ୍ପନା। ସାମାଜିକ ବିକାଶ କ୍ଷେତ୍ରରେ କିଟ୍ ଓ କିସ୍ ସର୍ବଦା କିଛି ନା କିଛି ନୂଆ ଚିନ୍ତାଧାରା ସୃଷ୍ଟି କରିଥାଏ। ଏଭଳି ଏକ ପ୍ରୟାସ ଆରମ୍ଭ କରିଥିବାରୁ ସେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। କିଟ୍ ଓ କିସ୍ ସଂପାଦକ ଆର ଏନ୍ ଦାଶ କହିଲେ, ନାରୀକୁ ଆବାହମାନ କାଳରୁ ସମାଜରେ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ମାତ୍ର ଆଧୁନିକ ସମାଜ ନାରୀର ମର୍ଯ୍ୟାଦାକୁ ଭୁଲିଯିବାର ଯେଉଁ ମାନସିକତାରେ ଆକ୍ରାନ୍ତ ହୋଇଛି, ତାକୁ ଦୂର କରିବା ପାଇଁ ଶ୍ରୀ ସାମନ୍ତଙ୍କ ପରିକଳ୍ପନାରେ କିଟ୍ ଓ କିସ୍ ପକ୍ଷରୁ ଦୀର୍ଘ ୩ବର୍ଷ ଧରି କନ୍ୟାକିରଣ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଦ୍ୱାରା ସମାଜରେ ନାରୀ ପ୍ରତି ଥିବା ମାନସିକତାରେ ପରିବର୍ତନ ହେଉଥିବା ପରିଲକ୍ଷିତ ହେଉଛି। କିଟ୍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ କହିଲେ, ବିଶ୍ୱ ପ୍ରକୃତି, ମାନବ ଓ ପ୍ରଯୁକ୍ତି ବିଦ୍ୟା ଭଳି ୩ଟି ମୁଖ୍ୟ ବ୍ୟବସ୍ଥା ଦେଇ ସନ୍ତୁଳିତ ଭାବେ ଗତି କରୁଛି। ଏଥିମଧ୍ୟରୁ କୌଣସିଟିରେ ତାରତମ୍ୟ ଦେଖାଦେଲେ ସମଗ୍ର ଜଗତ ଅସନ୍ତୁଳିତ ହୋଇଯାଏ। ସେଥିପାଇଁ ପ୍ରତ୍ୟେକଟି ସହ ଉପଯୁକ୍ତ ସମନ୍ୱୟ ରକ୍ଷାକରି ବିଶ୍ୱକୁ ସନ୍ତୁଳିତ ରଖିବାକୁ ହେବ। ଏ ଦିଗରେ ଶ୍ରୀ ସାମନ୍ତଙ୍କ ପ୍ରେରଣା, ପରିକଳ୍ପନା ଓ ଉପଦେଶ ଯୋଗୁଁ କନ୍ୟା ସନ୍ତାନଙ୍କ ସୁରକ୍ଷା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିଛି ବୋଲି ଡ. ସାମନ୍ତ କହିଥିଲେ। ଚଳିତବର୍ଷ ‘କନ୍ୟା କିରଣ’ ବିଷୟବସ୍ତୁ ଉପରେ କିଟ୍ ଓ କିସ୍ର ୩ହଜାର ମହିଳା କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି।
ଆନ୍ତର୍ଜାତିକସ୍ତରରେ ପାଳିତ ହେବ ‘କନ୍ୟା କିରଣ’
କିସ୍ରେ ‘କନ୍ୟାକିରଣ’ର ତୃତୀୟ ସଂସ୍କରଣ ଉଦ୍ଘାଟିତ
/sambad/media/post_attachments/wp-content/uploads/2019/06/kiss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)