ମହାପ୍ରଭୁଙ୍କ ଦର୍ଶନ କଲେ କପିଲ ଶର୍ମା, ସାମ୍ବାଦିକଙ୍କୁ ଦେଖି ଦୌଡ଼ିଲେ

ପୁରୀ :ଜଣାଶୁଣା ବଲିଉଡ୍‌ କଳାକାର କପିଲ ଶର୍ମା ସୋମବାର ରାତିରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ତେବେ, ଦର୍ଶନ ସାରି ଫେରିବା ପରେ କପିଲ ମତାମତ ଦେବାବଦଳରେ ସାମ୍ବାଦିକଙ୍କୁ ଦେଖି ଦୌଡ଼ିବା ଓ ତାଙ୍କ ସହ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସମାନେ ଦୌଡ଼ିବା ସାଧାରଣରେ ହାସ୍ୟରୋଳ ସୃଷ୍ଟି କରିଛି।

ସୋମବାର ରାତି ପ୍ରାୟ ୮ଟାରେ କପିଲ ଶ୍ରୀମନ୍ଦିର ସିଂହଦ୍ବାରଠାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପ୍ରାୟ ୪୫ ମିନିଟ୍‌ ଶ୍ରୀମନ୍ଦିର ଭିତରେ ବିତାଇବା ପରେ ଦର୍ଶନ ସାରି ପୁନର୍ବାର ସିଂହଦ୍ବାର ଦେଇ ଫେରିଥିଲେ। ଏହି ଅବସରରେ ଅପେକ୍ଷାରତ ଗଣମାଧ୍ୟମର ସାମ୍ବାଦିକମାନେ ତାଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ହଠାତ୍‌ ସେ ସିଂହଦ୍ବାର ଚକଡ଼ାରୁ ଦୌଡ଼ି ପଳାଇଥିଲେ।

ସମ୍ବନ୍ଧିତ ଖବର