କପିଳାସ ଚିଡ଼ିଆଖାନାରେ ଜୀବ ମରଣ: ରାଜା, ନନ୍ଦିନୀ ପରେ ମିଲି

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ତ ଅଧୀନ କପିଳାସ ଚିଡ଼ିଆଖାନାରେ ଗତ ୩୦ ତାରିଖରେ ଏକ ହାତୀଛୁଆ ‘ରାଜା’ର ମୃତ୍ୟୁ ଘଟିଥିବାବେଳେ ଗତକାଲି ୩୫ବର୍ଷ ଧରି ରହିଥିବା କୁମ୍ଭୀର ‘ମିଲି’ ଆଖି ବୁଜିଛି। ଫୁସ୍‌ଫୁସ୍‌ ସ˚କ୍ରମଣ ଯୋଗୁ କୁମ୍ଭୀରର ମୃତ୍ୟୁ ଘଟିଥିବା ଡିଏଫ୍ଓ ସୁଦର୍ଶନ ପାତ୍ର ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, କୁମ୍ଭୀର ମିଲିର ମୃତ୍ୟୁ ପରେ ଏବେ କପିଳାସ ଚିଡ଼ିଆଖାନାରେ ୧୫୨ଟି ହରିଣ, ଗୋଟିଏ ଚଉଶିଙ୍ଗା ହରିଣ, ୪ଟି ସମ୍ବର, ୨ଟି ମିଥୁନ ଗାଈ, ୫ଟି ପେଚା, ୨ଟି ଶଙ୍ଖଚିଲ, ୨ଟି ଏମୁ ପକ୍ଷୀ, ୫ଟି ମୟୂର, ୬୪ଟି ଠେକୁଆ, ୫ଟି କୁମ୍ଭୀର, ୨ଟି ଭାଲୁ, ୨ଟି ନେଉଳ, ୩ଟି ଅଜଗର, ଗୋଟିଏ କୁଟୁରା ପ୍ରଜାତି ଜୀବ, ଗୋଟିଏ ଶାଳିଆପତନିକୁ ମିଶାଇ ମୋଟ୍‌ ୨୨୯ ପ୍ରଜାତିର ଜୀବ ଅଛନ୍ତି। ସେମାନଙ୍କ ରକ୍ଷଣାବେକ୍ଷଣ ପାଇଁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ସଠିକ୍‌ ଯତ୍ନ ଅଭାବରୁ ସେମାନଙ୍କ ସ˚ଖ୍ୟା କମୁଥିବା ଅଭି‌େଯାଗ ହୋଇଛି। ଏଥିଯୋଗୁ ପରିବେଶବିତ୍‌ଙ୍କ ମଧୢରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଯୋଗୁ ଗତ ମେ ୧୪ତାରିଖରେ ଛେଣ୍ତିପଦାରୁ ଉଦ୍ଧାର ହାତୀଛୁଆ ‘ରାଜା’କୁ କପିଳାସ ଚିଡିଆଖାନା‌େର ଛଡ଼ାଯାଇଥିଲା। ସେତେବେଳ ରାଜା ସୁସ୍ଥ ଥିଲା। କିନ୍ତୁ ଗତମାସ ୩୦ ତାରିଖରେ ତାହାର ମୃତ୍ୟୁ ଘଟିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ରାଜା ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେତେବେଳେ ମଧ୍ୟ ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିଲା। ସେହିପରି ଗତ ଜାନୁଆରି ୮ତାରିଖରେ ନନ୍ଦିନୀ ନାମକ ଏକ ୧୦ମାସର ହାତୀଛୁଆର ମୃତ୍ୟୁ ଘଟିଥିଲା। ତା’ର ପେଟରେ ଟ୍ୟୁମର ଯୋଗୁ ମୃତ୍ୟୁ ଘଟିଥିଲା ବୋଲି ମଧ୍ୟ ସଫେଇ ଦିଆଯାଇଥିଲା। ଗତକାଲି କୁମ୍ଭୀର ମିଲିର ମୃତ୍ୟୁ ଫୁସ୍‌ଫୁସ୍‌ ସ˚କ୍ରମଣ ଯୋଗୁ ହୋଇଥିବା ଡିଏଫ୍‌ଓ ଶ୍ରୀ ପାତ୍ର କହିଛନ୍ତି। କିନ୍ତୁ ଥଣ୍ଡା ଯୋଗୁ ମିଲିର ମୃତ୍ୟୁ ଘଟିଥାଇପାର ବୋଲି ପରିବେଶିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଚିଡ଼ିଆଖାନାରେ ଏକାଧିକ ପ୍ରାଣୀଙ୍କର ମୃତ୍ୟୁ ଘଟିଥିବାବେଳେ ଶୀତଋତୁରେ ସେମାନଙ୍କୁ ସଠିକ୍‌ ସୁରକ୍ଷା ଯୋଗାଇ ଦିଆଯାଉନଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର