ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଆଜି ଟ୍ରାକ୍ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଯାଇଥିଲା ଚେନ୍ନାଇ ପଟୁ ଆସିଥିବା ଏହି ଦ୍ରୁତଗାମୀ ଟ୍ରେନ୍।
ଜୁନ୍ ୨ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଅଭିମୁଖେ ଯିବା ବେଳେ ବାହାନଗା ବଜାର ଷ୍ଟେସନ୍ଠାରେ ଅପ୍ଲାଇନ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ। ତା ପରଠାରୁ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ସେପଟେ ଡାଉନ୍ ଲାଇନ୍ରେ ଚେନ୍ନାଇ ପଟୁ ଆସୁଥିବା କରମଣ୍ଡଳକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ୩ ଦିନ ଅଟକାଇ ଦିଆଯାଇଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ଆଜି ଏହି ଟ୍ରେନ୍ କୋଲାକାତାକୁ ଯାଇଛି। ବାହାନଗା ବଜାର ଷ୍ଟେସନ୍ ଅତିକ୍ରମ କରିବା ବେଳେ ଯାତ୍ରୀମାନେ ଆଜି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍କୁ ଦେଖି ଭାବପ୍ରବଣ ହୋଇ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/koramandal-ex-f.jpg)