ଲିମ୍‌କା ବୁକ୍‌ ଅଫ୍ ରେକର୍ଡରେ ସ୍ଥାନ ପାଇଲା ‘ଡଙ୍ଗର୍‌ ଉପରେ କରମ୍‌ସାନି’

ପଦ୍ମପୁର : ଲିମ୍‌କା ବୁକ୍‌ ଅଫ୍ ରେକର୍ଡରେ ସ୍ଥାନ ପାଇଛି ‘ଡଙ୍ଗର ଉପରେ କରମସାନି’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡରେ ସ୍ଥାନିତ ହୋଇଥିବା ଜଣାପଡ଼ିଛି।

ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ ଶରଧାପାଲି ମହାଜନୀ ଡୁଙ୍ଗୁରୀ ଉପରେ ପଶ୍ଚିମ ଓଡ଼ିଶାର ପ୍ରାୟ ୩ ହଜାର କରମା କଳାକାର ଗତ ଜାନୁଆରି ୫ ତାରିଖରେ ଏକତ୍ରିତ ହୋଇ ‘ଡଙ୍ଗର ଉପରେ କରମସାନି’ କାର୍ଯ୍ୟକ୍ରମରେ ଏକକାଳୀନ ସାମୂହିକ ଭାବରେ କରମା ନୃତ୍ୟ ପରିବେଷଣ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ। ଗୁରୁ ରବିରତନ ସାହୁ ଏହି କାର୍ଯ୍ୟକ୍ରମକୁ ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡରେ ସ୍ଥାନିତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ଶେଷରେ ଏହା ସଫଳ ହୋଇଛି। ଆଗାମୀ ଦିନରେ ମେଡାଲ ଓ ପ୍ରମାଣପତ୍ର ହସ୍ତଗତ ହେବା ପରେ ଏକ ସାମୂହିକ କାର୍ଯ୍ୟକ୍ରମ କରାଯିବ ବୋଲି ଗୁରୁ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର