ରାତି ପାହିଲେ ଭାରତ ପାଳନ କରିବ ‘କାର୍ଗିଲ ବିଜୟ ଦିବସ’, ଗୋପୀନାଥ-ସଚ୍ଚିଦାନନ୍ଦଙ୍କୁ ମନେପକାଉଛି ଓଡ଼ିଶା

ଭୁବନେଶ୍ୱର: ରାତି ପାହିଲେ ଭାରତ କାର୍ଗିଲ ବିଜୟ ଦିବସ ପାଳନ କରିବ। ଦୀର୍ଘ ୨୦ ବର୍ଷ ପୂର୍ବରୁ ଜୁଲାଇ ୨୬ରେ ପାକିସ୍ତାନ ବିପକ୍ଷରେ ଭାରତ କାର୍ଗିଲକୁ ବିଜୟ ଲାଭ କରିଥିଲା। ସେଦିନର ସେହି ସ୍ମୃତିରେ ଏହି ଦିବସ ପାଳନ ହୋଇ ଆସୁଛି। ଏହି ଦିବସକୁ ଅଧିକ ସ୍ମରଣୀୟ ରଖିବା ପାଇଁ ଭାରତୀୟ ସେନା ଚଳିତ ବର୍ଷ ସ୍ୱତନ୍ତ୍ର ଶୈଳୀରେ ପାଳନ କରୁଛି। ବର୍ଷ ୧୯୯୯ରେ ସଂଗଠିତ ହୋଇଥିବା କାର୍ଗିଲ ଯୁଦ୍ଧ ୬୦ ଦିନ ଯାଏଁ ଜାରି ଥିଲା। ୫୨୭ ଜଣ ଭାରତୀୟ ଯବାନ କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ। କାର୍ଗିଲ ଯୁଦ୍ଧରେ ଓଡ଼ିଆ ଯବାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଓଡ଼ିଶାର ସୁଯୋଗ୍ୟ ସନ୍ତାନ ସହିଦ ଗୋପୀନାଥ ମହାରଣା ଓ ସହିଦ ସଚ୍ଚିଦାନନ୍ଦ ମଲ୍ଲିକଙ୍କୁ ଆଜି ତାଙ୍କର ଗାଁ ଲୋକେ ଝୁରୁଛନ୍ତି।

କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର ଗାଁର ପୁଅ ଗୋପୀନାଥ ମହାରଣା ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି। ଗୋପୀନାଥ ଆଜି ଦୁନିଆରେ ନାହାନ୍ତି ସତ କିନ୍ତୁ ସେ ସହିଦ ହେବା ପୂର୍ବରୁ ଯାହା କରି ଯାଇଛନ୍ତି, ତାକୁ ଭୁଲିବା ସହଜ ହେଉ ନାହିଁ।

କାର୍ଗିଲରେ ବିଜୟ ପୂର୍ବରୁ ସହିଦ ହୋଇଥିବା ଅନ୍ୟତମ ଓଡ଼ିଆ ଯବାନ ହେଉଛନ୍ତି ସହିଦ ସଚ୍ଚିଦାନନ୍ଦ ମଲ୍ଲିକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନନଗର ବ୍ଲକ୍‌ ଅନ୍ତର୍ଗତ କଣିଆହାଟ ଅଞ୍ଚଳର ସଚ୍ଚିଦାନନ୍ଦ ଜନ୍ମଗ୍ରହଣ କରିଥିଲେ। ଶତ୍ରୁଙ୍କୁ ଟିକିଏ ବି ଖାତିର ନକରି ସେ ନିଜ ଜୀବନକୁ ବାଜି ଲଗାଇ ଥିଲେ।

ସମ୍ବନ୍ଧିତ ଖବର