ସୁନ୍ଦରଗଡ଼: କାର୍ଗିଲ ବିଜୟ ଦିବସରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାାସୁମନ ଅର୍ପଣ କରାଯାଇଛି। ସ୍କୁଲ ପରିଚାଳନା କମିଟି ସମ୍ପାଦକ ରାଜକିଶୋର ଷଡ଼ଙ୍ଗୀଙ୍କ ତତ୍ତ୍ବାବଧାନ ଓ ସ୍କୁଲ ସ୍କାଉଟ ମାଷ୍ଟର ଅଶୋକ କୁମାର ପରିଡ଼ାଙ୍କ ନେତୃତ୍ବରେ ଅନୁଷ୍ଠିତ ବିଜୟ ଦିବସରେ ଅଧ୍ୟକ୍ଷା ହରପ୍ରିୟା ପଟେଲ କାର୍ଗିଲ ଲଢ଼େଇ ଓ ଭାରତୀୟ ବୀର ଯବାନଙ୍କ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ପରେ ସ୍କୁଲ ଛାତ୍ରଛାତ୍ରୀ କାର୍ଗିଲ ଯୁଦ୍ଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍କାଉଟ ପିଲାମାନେ ମହମବତି ଜାଳି ସହିଦ ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଦେବାଶିଷ ଦାବସ, ମାଇକେଲ ଖାଲକୋ, ପ୍ରୀତି ପ୍ରସାଦ, ସନ୍ତୋଷ ମହାନ୍ତ, ରାଜଲକ୍ଷ୍ମୀ ନାୟକ, ବିଶ୍ବଶଙ୍କର ନାୟକ, ସୂର୍ଯ୍ୟକାନ୍ତି ନାୟକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।
କାର୍ଗିଲ ସହିଦଙ୍କୁ ସୁନ୍ଦରଗଡ଼ ପବ୍ଲିକ ସ୍କୁଲରେ ଶ୍ରଦ୍ଧାସସୁମନ
/sambad/media/post_attachments/wp-content/uploads/2022/07/2848902d-6d61-4557-be22-dfb9b39adca6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)