ବଲାଙ୍ଗୀର: ସାବିତ୍ରୀ ଓଷା ପାଇଁ ସ୍ୱାମୀଙ୍କୁ ଫୋନ୍‌ କରି ଡାକିଥିଲେ ସ୍ତ୍ରୀ। ସ୍ତ୍ରୀଙ୍କୁ ଭଲପାଇବାର ସୂଚନା ଦେଇ ସ୍ୱାମୀ ବି କହିଥିଲେ ହଁ ମୁଁ ଯାଉଛି। କିନ୍ତୁ ଆଉ ଆସିଲେନି। ସାବିତ୍ରୀ ବ୍ରତ ଦିନ ସ୍ୱାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି। ଏଭଳି କିଛି କଥା ମନେପକାଇ ବାହୁନି ବାହୁନି କାନ୍ଦୁଛନ୍ତି ରାଜେଶ୍ବରୀ ପଟେଲ। ବଲାଙ୍ଗୀର ଉପକଣ୍ଠ ସଦାଇପାଲି ଗାଁରେ ଗତ ଶୁକ୍ରବାର ଏଭଳି ଏକ ଘଟଣା ଘଟିଥିଲା।

Advertisment

ଶୁକ୍ରବାର ସାବିତ୍ରୀ ବ୍ରତ ଦିନ ସବୁଠି ସଧବା ସ୍ତ୍ରୀଙ୍କ ସାବିତ୍ରୀ ଓଷା ଚାଲିଥିଲା। ସ୍ୱାମୀଙ୍କର ଶୁଭ ମନାସୀ କାଷ୍ଠା ଉପବାସ କରି ଲକ୍ଷ୍ମୀନାରାୟଣଙ୍କ ଆରଧାନା କରୁଥିଲେ ସଧବା ସ୍ତ୍ରୀ। ବଲାଙ୍ଗୀର ସଦାଇପାଲିର ରାଜେଶ୍ୱରୀ ପଟେଲ ବି ନିଜ ସ୍ୱାମୀ ତୁଳସୀରାମଙ୍କ ପାଇଁ ସାବିତ୍ରୀ ବ୍ରତ ରଖିଥିଲେ। ଅନ୍ୟ ସ୍ତ୍ରୀମାନଙ୍କ ଭଳି ପୂଜାପାଠରେ ବ୍ୟସ୍ତ ଥିଲେ। ଅପେକ୍ଷା କରିଥିଲେ କେତେବେଳେ ତାଙ୍କ ସ୍ୱାମୀ ସତ୍ୟବାନ ହୋଇ ଆସିବେ। ମୁହଁକୁ ଚାହିଁ ଗୋଡ଼ ଧୋଇ ବ୍ରତ ଭାଙ୍ଗିବେ। ଅପେକ୍ଷା କରିଥିଲେ ସ୍ୱାମୀଙ୍କ ଆସିବା ବାଟକୁ। ହେଲେ ସକାଳୁ ଆସିବା ପାଇଁ କଥା ଦେଇଥିବା ସ୍ୱାମୀ ସତ୍ୟବାନ ହୋଇ ଫେରିନଥିଲେ। ଲୋଇସିଂହା ଭରସୁଜା ରାସ୍ତା କରକଚିଆ ଛକ ନିକଟରେ ତୁଳସୀରାମ ଦୁର୍ଘଟଣାର ସାମ୍ନା କରିଥିଲେ। ତୁଳସୀରାମ ସହ ବାଇକ୍‌ରେ ଆସୁଥିବା ତାଙ୍କ ଶଳା ଓ ଅନ୍ୟ ଜଣଙ୍କୁ ଧକ୍କା ଦେଇ ଏକ ବଲେରୋ ପଳାଇ ଯାଇଥିଲା। ଘଟଣାସ୍ଥଳରେ ହିଁ ତିନିଜଣଙ୍କ ଜୀବନ ଯାଇଥିଲା। ଗାଁକୁ ତୁଳସୀରାମଙ୍କ ଶବ ଫେରିଥିଲା। ଏବେ ତୁଳସୀରାମଙ୍କ ପରିବାର ଓ ଗାଁରେ ଶୋକାକୁଳ ପରିବେଶ। ସ୍ତ୍ରୀ ସବୁ କଥା ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି।

ମୃତ ତିନିଜଣଙ୍କ ଚକ୍ଷୁଦାନ କଲେ ପରିବାର ଲୋକେ

publive-image

ବଲାଙ୍ଗୀର: ଲୋଇସିଂହା ଥାନା କରକଚିଆ ଛକ ନିକଟରେ ଶୁକ୍ରବାର ସାବିତ୍ରୀ ବ୍ରତ ଦିନରେ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଶବ ବ୍ୟବଚ୍ଛେଦ ହୋଇଥିଲା। ଶନିବାର ମୃତ ତିନିଜଣ ତୁଳସୀରାମ ପଟେଲ, ରାଜେଶ ପଟେଲ ଓ ସୁରଞ୍ଜନ ପଟେଲଙ୍କ ପରିବାର ଲୋକଙ୍କ ସହମତିରେ ଚକ୍ଷୁ ବ୍ୟାଙ୍କକୁ ସେମାନଙ୍କ ଚକ୍ଷୁଦାନ କରାଯାଇଛି।