ବାରଲୋଇରେ କରଲାପତରିଆ ଆତଙ୍କ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ବୀରସିଂହଗଡ଼ ପଞ୍ଚାୟତ ବାରଲୋଇ ଗାଁ ପାଖ ଅଚଂଳରେ ଏକ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗତ ଏକ ମାସ ମଧ୍ୟରେ ଏହି କଲରାପତରିଆ ବାଘ ଅନେକ ଥର ଗାଁ ପାଖକୁ ଚାଲି ଆସିଥିବା କହାଯାଇଛି। ଗାଁଠାରୁ ପ୍ରାୟ ଅଧା କିଲୋମିଟର ଦୂର ଜଂଗଲ ମଧ୍ୟରେ ଏହା ବୁଲାବୁଲି କରୁଥିବା ଗାଁ ଲୋକେ କହିଛନ୍ତି। ବିଭିନ୍ନ ସ୍ଥାନରେ କଲରାପତରିଆ ବାଘର ପାଦ ଚିହ୍ନ ବି ଦେଖିଥିବା ସେମାନେ କହିଛନ୍ତି।

ନିକଟରେ ଜଂଗଲକୁ ଚରିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କର ୩ଟି ଛେଳି ଆଉ ଫେରିନଥିବା ଜଣାପଡ଼ିଛି। ଛେଳିମାନଙ୍କୁ କଲରପତରିଆ ଖାଇଦେଇଥିବା କହାଯାଇଛି। ଗାଁ ‌ଲୋକ‌େ ଜଂଗଲ ଅଂଚଳକୁ ଯିବାକୁ ଭୟ କରୁଛନ୍ତି। ବନ ବିଭାଗ ଅଧିକାରୀମାନ‌େ ଛେଳି ଖାଇବା ଘଟଣାକୁ ସ୍ପଷ୍ଟ କରିନଥିଲେ ହେଁ ଏହି ଜଂଗଲ ଅଂଚଳରେ କଲରାପତରିଆ ବାଘ ବୁଲାବୁଲି କରୁଥିବା କଥାକୁ ସ୍ବୀକାର କରିଛି।

ସମ୍ବନ୍ଧିତ ଖବର